www.samajalive.in
Sunday, December 7, 2025
16.1 C
Bhubaneswar

ଗର୍ଭବତୀ ସ୍ତ୍ରୀ ସହ ସପରିବାରକୁ ହତ୍ୟା କରି ଆତ୍ମହତ୍ୟା କଲେ ଯୁବକ

ଚାମରାଜନଗର : କର୍ଣ୍ଣାଟକର ଚାମରାଜନଗର ଜିଲାସ୍ଥିତ ଗୁଣ୍ଡୁପେଟେରେ ଜଣେ ବ୍ୟକ୍ତି ବିଚ୍ ରାସ୍ତାରେ ନିଜ ପରିବାର ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଗୁଣ୍ଡୁପେଟେ ଅଞ୍ଚଳର ଓଟି ରାସ୍ତାରେ ଶୁକ୍ରବାର ସକାଳେ ଏହି ଅଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମିଳିଥିବ ସୂଚନା ଅନୁଯାୟୀ, ମହୀଶୁରରେ ରହୁଥିବା ଓମ୍‌ ପ୍ରକାଶ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ପ୍ରାୟ ୬୦ କିଲୋମିଟର ଦୂରରେ ଗୁଣ୍ଡଲୁପେଟେର ନନ୍ଦୀ ଲଜରେ ରୁମ୍‌ ବୁକ୍‌ କରିଥିଲେ । ଗୁରୁବାର ଦିନ ନିଜ ପରିବାର ସହ ସେ ଏଠାରେ ପହଞ୍ଚିଥିଲେ । କିଛି ସମୟ ଲଜରେ ରହିବା ପରେ ପରିବାରର ସମସ୍ତଙ୍କୁ ସାଙ୍ଗରେ ଧରି ଓମ୍‌ ପ୍ରକାଶ ବାହାରକୁ ବୁଲିବା ପାଇଁ ଯାଇଥିଲେ । ଲଜ୍ ଠାରୁ ପ୍ରାୟ ଏକ କିମି ଦୂରତାକୁ ଯିବା ପରେ ଏକ ନିଛାଟିଆ ସ୍ଥାନରେ ନିଜ ବନ୍ଧୁକ ବାହାର କରି ଗୁଳି ବର୍ଷଣ କରିବା ଆରମ୍ଭ କରିଥିଲେ । ପ୍ରଥମେ ପିତାମାତା, ଗର୍ଭବତୀ ସ୍ତ୍ରୀ ଏବଂ ପୁଅ ଗୁଳି କରି କରିଥିଲେ । ପରେ ନିଜକୁ ମଧ୍ୟ ଗୁଳି କରିଥିଲେ । କେହି କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରେ ସମସ୍ତେ ଟଳି ପଡିଥିଲେ ।
ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବନ୍ଧୁକ ମଧ୍ୟ ଜବତ କରିଛି । ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ମଧ୍ୟ ଜଣାପଡିନାହିଁ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories