ଚେନ୍ନାଇ: ପୂର୍ବତନ କ୍ରିକେଟର ଭି.ବି. ଚନ୍ଦ୍ରଶେଖରଙ୍କର ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କ ପତ୍ନୀ ଏବଂ ୨ଝିଅ ଅଛନ୍ତି। ଚନ୍ଦ୍ରଶେଖର ଭାରତ ପାଇଁ ୭ଟି ଦିନିକିଆ ଅନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। କ୍ରିକେଟରେ ଦୁଃସାହସିକ ବ୍ୟାଟିଂ ଷ୍ଟାଇଲ ପାଇଁ ସେ ଚର୍ଚ୍ଚିତ ଥିଲେ। କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ବେଶ୍ ସଫଳତା ହାସଲ କରିଥିଲେ। ସେ ୮୧ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୪୯୯୯ ରନ୍ କରିଥିଲେ। ଏହା ସହିତ ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ଗ୍ରେଗ୍ ଚାପେଲଙ୍କ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ସ ମୟରେ ଚନ୍ଦ୍ରଶେଖର ଚୟନକର୍ତ୍ତା ରହିଥିଲେ। ଚନ୍ଦ୍ରଶେଖରଙ୍କ ମୃତ୍ୟୁ ପରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ସୁରେଶ ରାଇନାଙ୍କ ସମେତ ଅନେକ ଖେଳାଳି ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Popular Categories



