www.samajalive.in
Sunday, December 7, 2025
13.1 C
Bhubaneswar

ସରକାରଙ୍କ ସ୍ପଷ୍ଟ ନୀତି ହିଁ ସଫଳତାର ମୂଳ ମନ୍ତ୍ର – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାଙ୍କ ସରକାରର ସ୍ପଷ୍ଟ ନୀତି ଓ ସତ୍‍ ଉଦ୍ଦେଶ୍ୟ ଯୋଗୁଁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅତି ଅଳ୍ପ ସମୟ ମଧ୍ୟରେ ସରକାର ବଡ଼ ବଡ଼ ସଫଳତାମାନ ହାସଲ କରିପାରିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତ୍‍କାରରେ ମୋଦୀ କହିଛନ୍ତି, ସ୍ପଷ୍ଟ ନୀତି ଓ ସତ୍‍ ଉଦ୍ଦେଶ୍ୟ ଯୋଗୁଁ ସରକାର ଅତି ଅଳ୍ପ ଦିନ ଭିତରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପିଲାମାନଙ୍କ ସୁରକ୍ଷାଠାରୁ ଆରମ୍ଭ କରି ଚନ୍ଦ୍ରଯାନ – ୨ର ପ୍ରେରଣ, ମୁସଲମାନ ମହିଳାମାନଙ୍କୁ ତିନିବାର ତଲାକ୍‍ ପ୍ରଥାରୁ ମୁକ୍ତ କରିବା ଓ କାଶ୍ମୀରରୁ ଆରମ୍ଭ କରି କୃଷକମାନଙ୍କ ମଙ୍ଗଳ ପର୍ଯ୍ୟନ୍ତ କାର୍ଯ୍ୟ ସରକାର ଏକ ଦୃଢ଼ ଜନମତ ଯୋଗୁଁ ହାସଲ କରିପାରିଛନ୍ତି। ସେ କହିଛନ୍ତି, ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରି ଜଳ ସଂରକ୍ଷଣ ଦିଗରେ ସରକାର ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ ଜରିଆରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳ ନିର୍ବିଶେଷରେ ଭାରତର ଜନସାଧାରଣ ଜମ୍ମୁ, କାଶ୍ମୀର ଓ ଲଦାଖ୍‍ ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସମର୍ଥନ କରିଛନ୍ତି। ମୋଦି କହିଛନ୍ତି, ଧାରା ୩୭୦ ଓ ୩୫ ଏ’ର କିଛି ନିୟମ ଭାରତର ପ୍ରଭୂତ କ୍ଷତି ଘଟାଉଥିଲା। ସେ କହିଛନ୍ତି, ଏହି ନିୟମଗୁଡ଼ିକରୁ କେବଳ ଅଳ୍ପ କିଛି ପରିବାର ଓ ବିଚ୍ଛିନ୍ନତାବାଦୀମାନେ ଲାଭବାନ୍‍ ହେଉଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories