www.samajalive.in
Sunday, December 7, 2025
23.1 C
Bhubaneswar

କାଶ୍ମୀରରେ କେନ୍ଦ୍ର ସରକାର ଖୋଲିଲେ ମିଡ଼ିଆ ସେଣ୍ଟର

କାଶ୍ମୀର: ଜମ୍ମୁ-କାଶ୍ମୀରରେ ପରିସ୍ଥିତି ଭଲ ନାହିଁ ବୋଲି ଦର୍ଶାଉଥିବା ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଲୋକମାନଙ୍କ ମନରେ ଭୟ ସୃଷ୍ଟି କରାଯାଉଥିବା କାର୍ଯ୍ୟକଳାପ ବିରୋଧରେ ପଦକ୍ଷେପ ନେବାପାଇଁ ଜମ୍ମୁ-କାଶ୍ମୀର ପୁଲିସ୍‍ ସାମାଜିକ ଗଣମାଧ୍ୟମ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଜଣାଇଛି। ବିଚ୍ଛିନ୍ନତାବାଦୀ ନେତା ସୟିଦ୍‍ ଅଲ୍ଲି ଶାହା ଗିଲାନୀଙ୍କ ୮ଟି ଟ୍ୱିଟର୍‍ ଆକାଉଣ୍ଟ୍‍ଗୁଡ଼ିକ ଉପରେ ପଦକ୍ଷେପ ନେବାପାଇଁ ମଧ୍ୟ ସାମାଜିକ ଗଣମାଧ୍ୟମ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ କୁହାଯାଇଛି।

ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଦ୍ୱାରା ପ୍ରଚାର କରାଯାଇଥିବା ସିଆରପିଏଫ ଓ ଜାମ୍ମୁ କାଶ୍ମୀର ମଧ୍ୟରେ ଝଗଡା ହୋଇଥିବା ଖବରକୁ ସିଆରପିଏଫ ଅମୂଳକ ଓ ବିଭ୍ରାନ୍ତିକର ବୋଲି କହିଛି। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବାର ସପ୍ତାହକ ପରେ ପାକିସ୍ତାନ ଏହି ପଦକ୍ଷେପକୁ ହଜମ କରିପାରୁ ନାହିଁ ଏବଂ ଜମ୍ମୁ-କାଶ୍ମୀର ପାଇଁ ଏହି ବାସ୍ତବିକତାକୁ ସହ୍ୟ କରିପାରୁ ନ ଥିବାରୁ ଅପପ୍ରଚାର ଚଳାଇଛି। ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀ ସଂସ୍ଥାଗୁଡ଼ିକଦ୍ୱାରା ଗୁଜବ ଏବଂ ମିଥ୍ୟା ସୂଚନା ଆଦି ପ୍ରଚାର କରାଯାଇ ଲୋକମାନଙ୍କୁ ବିଭ୍ରାନ୍ତି କରାଯାଉଥିବାରୁ ରାଜ୍ୟ ପୁଲିସ୍‍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଫେସ୍‍ବୁକ୍‍ କହିଛି, ଜମ୍ମୁ-କାଶ୍ମୀର ସଂକ୍ରାନ୍ତରେ ପ୍ରାଥମିକତା ଭିତ୍ତିରେ ଆଲୋଚନା କରାଯାଉଛି ଏବଂ ରାଜ୍ୟରେ ଅଶାନ୍ତି ସୃଷ୍ଟି କଲାଭଳି ବିଷୟବସ୍ତୁଗୁଡ଼ିକୁ ଫେସ୍‍ବୁକ୍‍ରୁ ହଟାଇବାପାଇଁ ପଦକ୍ଷେପ ନିଆଯାଉଛି।

- Advertisement -

ଇତି ମଧ୍ୟରେ ଟ୍ୱିଟର କର୍ତୃପକ୍ଷ କେତେଜଣ ପାକିସ୍ତାନୀ ସାମ୍ବାଦିକଙ୍କ ଆକାଉଣ୍ଟ ବାତିଲ କରିଥିବା କହିଛି। ସେହି ସାମ୍ବାଦିକମାନେ ଗୁଜବ ପ୍ରଚାର କରୁଥିବା ଟ୍ୱିଟର କହିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର କାଶ୍ମୀର ସାମ୍ବାଦିକଙ୍କ ପାଇଁ ଏକ ମିଡ଼ିଆ ସେଣ୍ଟର (ଗଣମାଧ୍ୟମ କେନ୍ଦ୍ର) ଖୋଲିଛନ୍ତି ଯେଉଁଠାରେ ସାମ୍ବାଦିକମାନେ ସମସ୍ତ ସୂଚନା ସହ ଫୋନ ଓ ଇଣ୍ଟରନେଟ ସୁବିଧା ପାଇପାରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories