www.samajalive.in
Tuesday, December 9, 2025
15.1 C
Bhubaneswar

ଶାନ୍ତି ଓ ସ୍ଥିରତା ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ପ୍ରତିଶ୍ରୁତିବଦ୍ଧ

ଜାମ୍ମୁ: ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପ୍ରଶାସନକଳ ପ୍ରତିଶ୍ରୁତିବଦ୍ଧ ରହିଛି। ଏଥିପାଇଁ ପୁଲିସ୍‍ ଦିନରାତି କାମ କରୁଛି ବୋଲି ଶ୍ରୀନଗର ଆଇ.ଜି. ସ୍ୱୟଂପ୍ରକାଶ ପାଣି କହିଛନ୍ତି। ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଇଦ୍‍ନମାଜ ପାଠ କରାଯାଇଥିଲା ଏବଂ ଲୋକମାନେ ଶାନ୍ତିର ସହ ଫେରି ଯାଇଥିଲେ। କେତେକ ସ୍ଥାନରେ ସାମାନ୍ୟ ଧରଣର ବିକ୍ଷୋଭ ଓ ଟେକାପଥର ଫିଙ୍ଗା ଘଟଣାକୁ ପୁଲିସ୍‍ ନିୟନ୍ତ୍ରଣ କରିଥିବା ଆଇ.ଜି. ସ୍ୱୟଂପ୍ରକାଶ ଜଣାଇଛନ୍ତି। ନିରାପତ୍ତା ବାହିନୀ ଦ୍ୱାରା ଗୁଳିଚାଳନା ହୋଇଥିବା ଖବରକୁ ଜାମ୍ମୁ କାଶ୍ମୀରର ଯୋଜନା ପ୍ରମୁଖ ସଚିବ ରୋହିତ କଂସଲ୍‍ ଖଣ୍ଡନ କରିଛନ୍ତି।

ଅନ୍ୟ ପକ୍ଷରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କାଶ୍ମୀର ଗସ୍ତ କରି ନିଜେ ପରିସ୍ଥିତି ଦେଖିଲା ପରେ ବୟାନ ଦିଅନ୍ତୁ ବୋଲି କହିଛନ୍ତି। ଦୂରଦର୍ଶନ ସହିତ ଏକ ବିଶେଷ ସାକ୍ଷାତକାର ବେଳେ ରାଜ୍ୟପାଳ କହିଛନ୍ତି, ଗତ ସପ୍ତାହରୁ ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତି ବିରାଜମାନ କରୁଛି ଏବଂ ଜଣେ ହେଲେ କେହି ଆହତ ହୋଇନାହାନ୍ତି। ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସ୍ୱାଭାବିକ ନୁହେଁ ବୋଲି ପାଶ୍ଚାତ୍ୟ ଦେଶର କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି। ରାଜ୍ୟର ୩୭୦ ଧାରା ସବୁ ଦିନ ପାଇଁ ଉଚ୍ଛେଦ ହେଲା ବୋଲି ବାସ୍ତବତାକୁ ଯୁବକମାନେ ମାନିନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟ ଉନ୍ନତି ପଥରେ ଆଗେଇ ଚାଲିବ ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories