www.samajalive.in
Tuesday, December 9, 2025
26.1 C
Bhubaneswar

ଝାଡ଼ଖଣ୍ଡରେ ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କୃଷି ଆଶୀର୍ବାଦ ଯୋଜନା’

ଝାଡ଼ଖଣ୍ଡ: ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ଝାଡ଼ଖଣ୍ଡ ସରକାରଙ୍କ ଦ୍ୱାରା ପ୍ରଣୀତ ମୁଖ୍ୟମନ୍ତ୍ରୀ କୃଷି ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କୃଷକମାନଙ୍କ ଜମାଖାତାକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର କରାଯିବ। ଏହି ଯୋଜନାରେ ୧ ଏକରରୁ କମ୍‍ ଏବଂ ୫ ଏକର ପର୍ଯ୍ୟନ୍ତ ଜମି ଥିବା ହିତାଧିକାରୀଙ୍କୁ ୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଜମା ଖାତାକୁ ପଠାଯିବ। ଏହି ଯୋଜନାରେ ୩୫ଲକ୍ଷ କୃଷକ ଉପକୃତ ହେବେ ଏବଂ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ସଂପୃକ୍ତ ହିତାଧିକାରୀମାନଙ୍କୁ ୩ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯିବ।

ଶନିବାର ଉପରାଷ୍ଟ୍ରପତି ଏହି ଯୋଜନା ଆରମ୍ଭ କରିବା ପରେ କୃଷକମାନଙ୍କ ଜମାଖାତାକୁ ଟଙ୍କା ପଠାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ ଉପସ୍ଥିତ ଥିବା କେତେଜଣ କୃଷକ ସେମାନଙ୍କ ମୋବାଇଲ୍‍ରେ ଅର୍ଥ ଆସିଥିବା ପ୍ରମାଣ ସ୍ୱରୂପ ଉପରାଷ୍ଟ୍ରପତିଙ୍କୁ ଦେଖାଇଥିଲେ। ରାଜ୍ୟର ଅନ୍ୟ ୨୩ଟି ଜିଲ୍ଲାରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି କେନ୍ଦ୍ର ସରକାରଙ୍କ ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଯୋଜନାର ଏହା ହେଉଛି ଆରମ୍ଭ। ସେ କହିଛନ୍ତି ସରକାର ୨୩ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories