ଭୁବନେଶ୍ବର : କଟକ ସିଡିଏ ସ୍ଥିତ କୃଷକ ବଜାର ନିକଟରେ ଦୀର୍ଘ ଦନରୁ ଗଢି ଉଠିଥିବା ବସ୍ତିକୁ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ବସ୍ତି ବାସନ୍ଦା ସ୍ଥାନ ଛାଡିବାକୁ ନାରାଜ ଥିବା ବେଳେ ତହସିଲଦାର, କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।
ଏଠାରେ ବସ୍ତି ଉଚ୍ଛେଦ କରାଯାଉ ନାହିଁ, ବରଂ ରାସ୍ତାଟିଏ ଫିଟୁଛି। ରାସ୍ତା ନିର୍ମାଣ ପାଇଁ ଯେତିକି ସ୍ଥାନ ଦରକାର, ଆମେ ସଫା କରୁଛୁ । ରାସ୍ତା ନିର୍ମାଣ ପରେ ବସ୍ତି ବାସିନ୍ଦାଙ୍କ ଯାତାୟତରେ ସୁବିଧା ହେବ ବୋଲି କଟକ ଜିଲାପାଳ ଭବାନୀ ଶଙ୍କର ଚଇନୀ କହିଛନ୍ତି ।



