www.samajalive.in
Sunday, December 7, 2025
18.1 C
Bhubaneswar

ମହାଲେଖା ନିୟନ୍ତ୍ରକ ଭାବେ ଗିରିରାଜ ପ୍ରସାଦ ଗୁପ୍ତାଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ : ଗିରିରାଜ ପ୍ରସାଦ ଗୁପ୍ତା ଗୁରୁବାର ନୂଆଦିଲ୍ଲୀଠାରେ ମହାଲେଖା ନିୟନ୍ତ୍ରକ (ସିଜିଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଗୁପ୍ତା ହେଉଛନ୍ତି ଜଣେ ୧୯୮୩ ବ୍ୟାଚ ଭାରତୀୟ ସିଭିଲ ଆକାଉଣ୍ଟ ସେବା(ଆଇସିଏଏସ) ଅଧିକାରୀ। ସେ ଅଗଷ୍ଟ ୧ରୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରେ ମହାଲେଖା ନିୟନ୍ତ୍ରକ ଭାବେ ନିଯୁକ୍ତ ହୋଇଛନ୍ତି।
କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ନେଇ ତାଙ୍କର ଅନେକ ଅଭିଜ୍ଞତା ରହିଛି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି), ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟରେ ଅନେକ ଉଚ୍ଚ ପଦବୀରେ ସେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଜାତୀୟ ଆର୍ଥିକ  ପ୍ରବନ୍ଧନ ପ୍ରତିଷ୍ଠାନ (ଏନଆଇଏଫଏମ), ଫରିଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ପୂର୍ବରୁ ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଭାବେ ସେ ସାର୍ବଜନୀନ ଆର୍ଥିକ ପରିଚାଳନା ପଦ୍ଧତି (ପିଏଫଏମଏସ) ବିକାଶ ଓ ପରିଚାଳନାରେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ଯାହାକୁ କି ପ୍ରତ୍ୟକ୍ଷ ଲାଭାଂଶ ହସ୍ତାନ୍ତରଣ (ଡିବିଟି) ପାଇଁ ଭାରତ ସରକାରଙ୍କ ଆର୍ଥିକ ପରିଚାଳନା ବ୍ୟବସ୍ଥାର ପ୍ରମୁଖ ଭିତିଭୂମି ଭାବେ ଗ୍ରହଣ କରାଯାଇଥାଏ। ଶ୍ରୀ ଗୁପ୍ତା ମଧ୍ୟ ଭୁଟାନରେ ମେଗା ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପର ନିର୍ଦ୍ଦେଶକ (ଆର୍ଥିକ) ଭାବେ କାର୍ଯ୍ୟ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories