www.samajalive.in
Monday, December 8, 2025
16.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବଡ଼ ଖବର :

# ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ମନୋଜ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ଆଜି ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି।
# ବରିଷ୍ଠ ବି.ଜେ.ପି. ନେତା ତଥା ସିର୍ସି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଶ୍ୱେଶ୍ୱର ହେଗଡେ କଗେରି ସର୍ବସମ୍ମତିକ୍ରମେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ବାଚସ୍ପତି କେ. ରମେଶ କୁମାର ଇସ୍ତଫା ଦେବାପରେ ଏହି ପଦ ଖାଲିପଡ଼ିଥିଲା।
# ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଆଜି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲାଙ୍କୁ ଜେରା କରିଛି।
# ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ରାମପୁର ପୁଲିସ ଆଜି ଗିରଫ କରିଛି। ଜୌହାର ବିଶ୍ୱବିଦ୍ୟାଳୟରେ ଚଢଉ ବେଳେ ସେ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି କରିବା ନେଇ ବୋଲି ଅଭିଯୋଗ ହୋଇଛି।
# ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି। ଦେଶରେ ପ୍ରଥମ ଘଟଣା ଭାବେ ସିଜେଆଇ ଏଭଳି ଆଦେଶ ଦେଇଛନ୍ତି।

# ରାଜ୍ୟ ସରକାରଙ୍କ ୪୩ଟି ବିଭାଗ ଖର୍ଚ ଦାବି ବିନିଯୋଗ ଉପରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ହଜାର ଟଙ୍କାର ବିନିଯୋଗ ବିଲ ଗୃହରେ ଆଗତ କରିଛନ୍ତି।

- Advertisement -

ଆଞ୍ଚଳିକ :

# ରାଜ୍ୟ ସରକାରଙ୍କ ୪୩ଟି ବିଭାଗ ଖର୍ଚ ଦାବି ବିନିଯୋଗ ଉପରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ହଜାର ଟଙ୍କାର ବିନିଯୋଗ ବିଲ ଗୃହରେ ଆଗତ କରିଛନ୍ତି।

# ଲଗୁଚାପ ଜନିତ ବର୍ଷାରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। 

# ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ (ଜେଇ) ସତ୍ୟ ନାରାୟଣ ତ୍ରିପାଠୀ ଲାଞ୍ଚ ନେବା ବେଳେ ଆଜି ଧରାପଡ଼ିଛନ୍ତି। ବ୍ଲକ କାର୍ୟ୍ୟାଳୟରେ ସେ ୧୦ ହଜାରଟଙ୍କା ଲାଞ୍ଚ ନେବା ସୟୟରେ ଧରାପଡ଼ିଥିବା ଜଣାପଡ଼ିଛି।

ଜାତୀୟ :

# ଉନାଓ ବଳାତ୍କାର ପୀଡ଼ିତାଙ୍କ ସଡ଼କ ଦୁର୍ଘଟଣା ମାମଲାରେ ବିଜେପି ବିଧାୟକ କୁଲଦୀପ୍ ସିଂ ସେନ୍ଗର୍ ଓ ଆଉ ୧୦ ଜଣଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗରେ ସିବିଆଇ ଏକ ମାମଲା ରୁଜ୍ଜୁ କରିଛି।
# ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଆଜି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରକୁ ଅବଦୁଲାଙ୍କୁ ଜେରା କରିଛି।
# ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ରାମପୁର ପୁଲିସ ଆଜି ଗିରଫ କରିଛି। ଜୌହାର ବିଶ୍ୱବିଦ୍ୟାଳୟରେ ଚଢଉ ବେଳେ ସେ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି କରିବା ନେଇ ବୋଲି ଅଭିଯୋଗ ହୋଇଛି।
# ଆହ୍ଲାବାଦ ହାଇକୋର୍ଟର ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି। ଦେଶରେ ପ୍ରଥମ ଘଟଣା ଭାବେ ସିଜେଆଇ ଏଭଳି ଆଦେଶ ଦେଇଛନ୍ତି।
# ଜମ୍ମୁ-କାଶ୍ମୀରରେ ଶ୍ରୀଅମରନାଥ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଓ ସୁଚାରୁରୂପେ ଚାଲିଛି। ଏଥିପାଇଁ ବହୁମୁଖୀ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଅମରନାଥଜୀ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ କୁହାଯାଇଛି, ଯାତ୍ରା ଆରମ୍ଭ ହେବାଠାରୁ ଏପର୍ୟ୍ୟନ୍ତ ୩ ଲକ୍ଷ ୩୧ ହଜାରରୁ ଊର୍ଦ୍ଧ୍ବ ତୀର୍ଥଯାତ୍ରୀ ଶିବଲିଙ୍ଗ ଦର୍ଶନ କରିସାରିଲେଣି ।

ଆନ୍ତର୍ଜାତୀୟ :

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ୟ୍ୟାୟରେ ଗାମ୍ବିଆରେ ପହଞ୍ଚି ଛନ୍ତି ।

# ଆଫଗାନିସ୍ତାର ହେରାତ-କାନ୍ଦାହାର ରାଜମାର୍ଗରେ ଶାୱିଜ ନିକଟରେ ଆଜି ସକାଳେ ଏକ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଅନ୍ୟୁନ ୩୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories