www.samajalive.in
Sunday, December 7, 2025
26.1 C
Bhubaneswar

ଲୋକସଭାରେ ଗୃହୀତ ହେଲା ଖାଉଟି ସୁରକ୍ଷା ବିଲ୍‍ ୨୦୧୯

ନୂଆଦିଲ୍ଲୀ: ଖାଉଟି ସୁରକ୍ଷା ବିଲ୍‍ ୨୦୧୯ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି। ଖାଉଟିମାନଙ୍କ ସମ୍ବନ୍ଧୀୟ ବିବାଦଗୁଡ଼ିକର ସମାଧାନ ପାଇଁ ଫଳପ୍ରଦ ପ୍ରଶାସନୀକ ବ୍ୟବସ୍ଥା ଲାଗି କର୍ତ୍ତୃପକ୍ଷ ସ୍ଥାପନ ମାଧ୍ୟମରେ ଖାଉଟିମାନଙ୍କର ସୁରକ୍ଷା ଏହି ବିଲ୍‍ର ମୂଳ ଲକ୍ଷ୍ୟ। ଖାଉଟିମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ସ୍ଥାପନ ଲାଗି ଏଥିରେ ବ୍ୟବସ୍ଥା ରହିଛି। ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଏହି କର୍ତ୍ତୃପକ୍ଷ ଉତ୍ପାଦନକାରୀଙ୍କ ଉପରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରିପାରିବେ ଓ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡ ଦେଇପାରିବେ। ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଖାଉଟି ବିବାଦ ସମାଧାନ କମିଶନ୍‍ମାନ ସ୍ଥାପନ କରିବାକୁ ମଧ୍ୟ ବିଲରେ ବ୍ୟବସ୍ଥା ରହିଛି।

ବିଲ୍‍କୁ ଉପସ୍ଥାପନ କରି ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ୍‍ ଦାନବେ କହିଛନ୍ତି, ଏହି ବିଲ୍‍ ଏ ସଂକ୍ରାନ୍ତୀୟ ନିୟମକାନୁନ୍‍କୁ ସରଳ କରିବ। ସେ କହିଛନ୍ତି, ସାଧାରଣତଃ ଖାଉଟିମାନଙ୍କର ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ହୋଇପାରୁ ନାହିଁ କିନ୍ତୁ ଏହି ବିଲ୍‍ ପାସ୍‍ ହେବା ସହିତ ଖାଉଟିମାନଙ୍କୁ ଶୀଘ୍ର ନ୍ୟାୟ ମିଳିପାରିବ। ଆଲୋଚନାରେ ଅଂଶଗ୍ରହଣ କରି ବିଜେପିର ରାଜେନ୍ଦ୍ର ଅଗ୍ରୱାଲ୍‍ ବିଲ୍‍କୁ ସ୍ୱୟଂସମ୍ପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ବ୍ୟବସାୟର ଢାଞ୍ଚାରେ ପରିବର୍ତ୍ତନ ଆସିଛି ଓ ଇ-ବାଣିଜ୍ୟର ଯୁଗରେ ଖାଉଟିମାନଙ୍କୁ ସହଜରେ ଶୋଷଣ କରାଯାଉଛି। ତୃଣମୂଳ କଂଗ୍ରେସର ପ୍ରତିମା ମଣ୍ଡଳ କହିଛନ୍ତି, ଏହି ବିଲ୍‍ ଖାଉଟିମାନଙ୍କୁ ସୁରକ୍ଷା ଦେବା ଦିଗରେ ଏକ ମଜବୁତ୍‍ ଅସ୍ତ୍ର ସାବ୍ୟସ୍ତ ହେବ। ଇ-ବାଣିଜ୍ୟକୁ ବିଲ୍‍ର ପରିସର ମଧ୍ୟକୁ ଆଣିବା ଏକ ବୃହତ୍‍ ପଦକ୍ଷେପ ବୋଲି ସେ କହିଛନ୍ତି।

- Advertisement -

ଏହି ବିଲକୁ ଚଳିତ ମାସ ୮ରେ ଉପସ୍ଥାପନ କରାଯାଇଥିଲା ଖାଉଟି ସୁରକ୍ଷା ଆଇନ ୧୯୮୬ ବଦଳରେ ଏହା କାର୍ଯ୍ୟକାରୀ ହେବ। ଗତ ଜାନୁଆରୀ ୨୦୧୮ରେ ଲୋକସଭାରେ ଖାଉଟି ସୁରକ୍ଷା ବିଲ ୨୦୧୮ ଆଗତ କରାଯାଇଥିଲା ଓ ଡିସେମ୍ବରରେ ଗୃହୀତ ମଧ୍ୟ ହୋଇଥିଲା କିନ୍ତୁ। ସାଧାରଣ ନିର୍ବାଚନ ପାଇଁ ସରକାର ଭାଙ୍ଗିଯିବା ଫଳରେ ବିଲଟି ରାଜ୍ୟସଭାର ସ୍ୱୀକୃତି ଲାଭ କରି ପାରିନଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories