ଶ୍ରାବଣ ମାସ ଏକ ପବିତ୍ର ମାସ ହୋଇଥିବାରୁ ଏହି ମାସରେ ମହାଦେବଙ୍କୁ ପ୍ରସନ୍ନ କରି କେତେକ ସମସ୍ୟାକୁ ଦୂର କରାଯାଇପାରିବ। ବିଭିନ୍ନ ସମସ୍ୟା ମଧ୍ୟରୁ ଶାରୀରିକ ପୀଡା ବା ରୋଗ ହେଉଛି ଅନ୍ୟତମ । ତେଣୁ ଯେକୌଣସି ରୋଗରୁ ରକ୍ଷା ପାଇବା ପାଇଁ ଶ୍ରାବଣ ମାସରେ ଆପଣାନ୍ତୁ ଏହି ଉପାୟ…..
ଶ୍ରାବଣ ମାସରେ ସକାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ। ସ୍ନାନ ଜଳରେ ଦୁଇ ବୁନ୍ଦା ଗଙ୍ଗାଜଳ ପକାନ୍ତୁ । ସ୍ନାନ ସାରିବା ପରେ ସ୍ବଚ୍ଛ ବସ୍ତ୍ର ପରିଧାନ କରନ୍ତୁ ।
ଏହା ପରେ ଏକ ଥାଳିରେ ରକ୍ଷା ସୂତ୍ର, ଚାଉଳ, ଧୂପ, ଦୀପ, ଧଳା ଚନ୍ଦନ, କଦଳୀ ବା ହଳଦିଆ ରଙ୍ଗର କିଛି ଫଳ, ଧଳା ମିଠା, ଗଙ୍ଗାଜଳ ଏବଂ ପଞ୍ଚାମୃତ ଆଦି ନେଇ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ ।
ଯଦି ସମ୍ଭବ ହୁଏ ଘର ଠାରୁ ଖାଲି ପାଦରେ ଶିବ ମନ୍ଦିର ଯାଆନ୍ତୁ ।
ମନ୍ଦିରରେ ପହଞ୍ଚି ବିଧି ଅନୁଯାୟୀ ପୂଜା କରନ୍ତୁ ।
ଗାଈ ଘିଅର ଦୀପ ଓ ଧୂପକାଠି ଜଳାଇବା ପରେ ସେଠାରେ ବସି ଶିବ ଚାଳିଶା ଏବଂ ଶିବାଷ୍ଟକ ପାଠ କରନ୍ତୁ ।
ଶେଷରେ ନିଜ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରି ଘରକୁ ଫେରନ୍ତୁ ।



