www.samajalive.in
Sunday, December 7, 2025
14.1 C
Bhubaneswar

ପେଟ୍ରୋଲ ଓ ଡିଜେଲ ଦର କମିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର ସକରାତ୍ମ ପ୍ରଭବ ଭାରତୀୟ ତୈଳ ବଜାରରେ ପଡିଛି। ଜାତୀୟ ରାଜଧାନୀ ସମେତ ଦେଶର କେତେକ ମହାନଗରରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ଘଟିଛି। ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି ୭୨ ଟଙ୍କା ୮୬ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୭ ପଇସା ହ୍ରାସ ପାଇ ଲିଟର ପ୍ରତି ୬୬ ଟଙ୍କାରେ ପହଞ୍ଚିଛି।
କଳକାତାରେ ପେଟ୍ରୋଲ ଦର ୧୨ ପଇସା ହ୍ରାସ ପାଇ ଲିଟର ପିଛା ୭୫ ଟଙ୍କା ୫୦ ପଇସାରେ ପହଞ୍ଚିଛି ଓ ଡିଜେଲ ଦର ୩ ପଇସା ହ୍ରାସ ପାଇ ଲିଟର ପ୍ରତି ୬୮ ଟଙ୍କା ୧୯ ପଇସାରେ ପହଞ୍ଚିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପ୍ରତି ୭୮ ଟଙ୍କା ୪୮ ପଇସା ଏବଂ ଡିଜେଲ ଦର ୮ ପଇସା ହ୍ରାସ ପାଇ ଲିଟର ପିଛା ୬୯ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଚେନ୍ନଇରେ ପେଟ୍ରୋଲ ଦର ୧୪ ପଇସା ହ୍ରାସ ପାଇ ଲିଟର ପିଛା ୭୫ ଟଙ୍କା ୬୬ ପଇସା ଏବଂ ଡିଜେଲ ଦର ୭ ପଇସା ହ୍ରାସ ପାଇ ୬୯ ଟଙ୍କା ୭୧ ପଇସାରେ ପହଞ୍ଚିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories