www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ୟାଘ୍ର ସର୍ବେକ୍ଷଣ ରିପୋର୍ଟ ୨୦୧୮ ଉନ୍ମୋଚିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାରା ବିଶ୍ୱରେ ଭାରତ ବାଘମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ସ୍ଥଳୀ। ଏବେ ଭାରତରେ ବାଘଙ୍କ ସଂଖ୍ୟା ତିନି ହଜାର ଥିବା ସୂଚନା ମିଳିଛି। ଆଜି ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବ୍ୟାଘ୍ର ସର୍ବେକ୍ଷଣ ରିପୋର୍ଟ ୨୦୧୮ ଉନ୍ମୋଚନ କରି କହିଛନ୍ତି, ବାଘ ସଂରକ୍ଷଣ ଦିଗରେ ସରକାର ସବୁ ପ୍ରକାର ଉଦ୍ୟମ କରିବେ। ସେ କହିଛନ୍ତି, ବ୍ୟାଘ୍ର ଗଣନା ଫଳାଫଳ ପ୍ରତ୍ୟେକ ଭାରତୀୟ ଏବଂ ପ୍ରକୃତି ପ୍ରେମୀଙ୍କ ମନରେ ଆନନ୍ଦ ଦେଇଛି। ୨୦୧୨ ସୁଦ୍ଧା ବାଘ ସଂଖ୍ୟା ଦୁଇ ଗୁଣ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଚାରି ବର୍ଷ ପୂର୍ବରୁ ସେହି ଲକ୍ଷ୍ୟ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏ ଦିଗରେ କାର୍ଯ୍ୟରତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ସଂକଳ୍ପରୁ ସିଦ୍ଧିର ଏହା ଶ୍ରେଷ୍ଠ ଉଦାହରଣ ବୋଲି ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ଜଙ୍ଗଲ ଏବଂ ସଂରକ୍ଷିତ ଅଂଚଳ ବୃଦ୍ଧି ପାଇଛି ଯାହା ଫଳରେ ପରିବେଶ ଓ ବିକାଶ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ସମ୍ଭବପର ହୋଇପାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories