ହଙ୍ଗକଙ୍ଗ : ହଜାର ହଜାର ସଂଖ୍ୟାରେ ସରକାର ବିରୋଧି ସମର୍ଥକ ରବିବାର ହଙ୍ଗକଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି, ଫଳରେ ଏହା ଉଗ୍ର ରୂପ ଧାରଣ କରିଛି । ଗଣତନ୍ତ୍ର ସପକ୍ଷବାଦୀମାନଙ୍କର ଏହି ପ୍ରଦର୍ଶନରେ ଆଜି ପ୍ରାୟ ୧୦ ହଜାର ଲୋକ ସାମିଲ ହୋଇଥିଲେ।
ଶନିବାର ସେଠାରେ ପୁଲିସ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବାପାଇଁ ରବର ଗୁଳି ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଫଳରେ ଏହି ଆନ୍ଦୋଳନ ତୀବ୍ର ଆକାର ଧାରଣ କରିଛି। ପ୍ରଶାସନ ଏବଂ ପୁଲିସର ପ୍ରତିବନ୍ଧକ ସତ୍ତ୍ବେ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ଏକତ୍ରିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଗୋଟିଏ ସ୍ଥାନରେ ର୍ୟାଲି କରିବାପାଇଁ ଅନୁମତି ଦିଆଯାଇଥିବାବେଳେ ବିକ୍ଷୋଭ କାରୀମାନେ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି।



