www.samajalive.in
Sunday, December 7, 2025
26.1 C
Bhubaneswar

ରାତି ୮ଟା ମୁଖ୍ୟ ଖବର

ବଡ଼ଖବର :

# କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦିୟୁରାପ୍ପା ଆସନ୍ତାକାଲି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ।

# ରାଜ୍ୟରେ ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ, ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

- Advertisement -

# ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣାରେ ପୁଲିସ ରବିବାର ଦୁଇ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି । 

# ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

– ଜମ୍ମୁ-କାଶ୍ମୀର ଜନସାଧାରଣ ସୁଶାସନ ଚାହାନ୍ତି, ଯେଉଁମାନେ ସେଠାରେ ଘୃଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି, ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ।

-ଚନ୍ଦ୍ରଯାନ-୨କୁ ସଫଳତାର ସହ ମହାକାଶକୁ ଉତ୍‍କ୍ଷେପଣ କରାଯାଇଥିବାରୁ ୨୦୧୯ ବର୍ଷକୁ ପ୍ରଧାନମନ୍ତ୍ରୀ ମହାକାଶ ଅଭିଯାନ କ୍ଷେତ୍ରରେ ଏକ ସଫଳ ବର୍ଷ  ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

# ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ପକ୍ଷରୁ ଆଜି ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

# ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ, ଅନେକ ସ୍ଥାନରେ ପ୍ରବଳ ବର୍ଷା

ଆଞ୍ଚଳିକ :

# ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣାରେ ପୁଲିସ ରବିବାର ଦୁଇ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ମିଟୁ ଓରଫ ଏକ୍କା ବେହେରା ଏବଂ ପୁନିଆ ଓରଫ ପ୍ରହ୍ଲାଦ ବେହେରା। 

# ବାଲେଶ୍ୱର ଜିଲ୍ଲା ବାଲିଆପାଳର ଏକ ଢ଼ାବାରେ ନାବାଳକର ମୃତ୍ୟୁ ଘଟଣାର ଆଜିଠାରୁ ଏଚ୍‍ଆର୍‍ପିସି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବାଲିଆପାଳରେ ଏଚ୍‍ଆର୍‍ପିସିର ୪ ଜଣିଆ ଟିମ୍‍ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି।

# ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ, ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଶହୀଦ ସପ୍ତାହ ପାଳନର ପ୍ରଥମ ଦିନରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି । 

# ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ଅନେକ ସ୍ଥାନରେ ବର୍ଷା ଜାରି, ଆସନ୍ତା ୩୧ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଜାତୀୟ :

# ତାମିଲ୍‍ନାଡ଼ୁର ରାମେଶ୍ୱରମ୍‍ର ୭ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ଗତକାଲି ଏହି ମତ୍ସ୍ୟଜୀବୀମାନେ ଏକ ଯନ୍ତ୍ରଚାଳିତ ବୋଟ୍‍ରେ ମାଛ ମାରିବାପାଇଁ ଯାଇଥିବାବେଳେ ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରିଥିଲେ। 

# କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦିୟୁରାପ୍ପା ଆସନ୍ତାକାଲି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ।

# ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

-ଜମ୍ମୁ-କାଶ୍ମୀର ଜନସାଧାରଣ ସୁଶାସନ ଚାହାନ୍ତି,ତେବେ ଯେଉଁମାନେ ସେଠାରେ ଘୃଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି, ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ।

-ଚନ୍ଦ୍ରଯାନ-୨କୁ ସଫଳତାର ସହ ମହାକାଶକୁ ଉତ୍‍କ୍ଷେପଣ କରାଯାଇଥିବାରୁ ୨୦୧୯ ବର୍ଷକୁ ପ୍ରଧାନମନ୍ତ୍ରୀ ମହାକାଶ ଅଭିଯାନ କ୍ଷେତ୍ରରେ ଏକ ସଫଳ ବର୍ଷ ଭାବେ ଅଭିହିତ କରିଛନ୍ତି।

-ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତରେ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍‍ ଓ ସହାୟତା ଯୋଗାଇ ଦେବେ।

# ସନ୍ତ୍ରାସବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ପକ୍ଷରୁ ଆଜି ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି।

# ବିହାରର ଛାପରା ଜିଲାର ଡ଼ୋଇଲା ଗ୍ରାମରେ ରବିବାର ଅପରାହ୍ଣରେ ଏକ ପୋଖରୀରେ ବୁଡ଼ି ୭ ଜଣ ବାଳକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ୩ ବାଳକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

# ପଶ୍ଚିମବଙ୍ଗରେ ରାଜନୈତିକ ହିଂସା  ଜାରି,  ଆଜି ହୁଗୁଳି ଜିଲା ଗାୟଘାଟର ଏକ ନାଳରୁ ବିଜେପି ନେତା କାଶୀନାଥ ଘୋଷଙ୍କ ଶବ ମିଳିଛି।

 # ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟେଲ୍‌ରେ ୬ ଥରର ବିଶ୍ୱ ବିଜୟିନୀ ଏମ୍.ସି  ମେରିକମ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଆନ୍ତର୍ଜାତୀୟ :

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନୋଟି ଆଫ୍ରିକୀୟ ରାଷ୍ଟ୍ର ବେନିନ୍‍, ଗାମ୍ବିଆ ଓ ଗୁଇନିଆ ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶକୁ ଏହା ହେଉଛି ଭାରତର ଜଣେ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଗସ୍ତ।

-ଏହି ସପ୍ତାହବ୍ୟାପୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରଚାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସାଂସଦ ଦିଲୀପ ଘୋଷ ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଯାତ୍ରା କରିଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories