ପୁରୀ/ପିପିଲି : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣାରେ ପୁଲିସ ରବିବାର ଦୁଇ ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ମିଟୁ ଓରଫ ଏକ୍କା ବେହେରା ଏବଂ ପୁନିଆ ଓରଫ ପ୍ରହ୍ଲାଦ ବେହେରା। ସେମାନଙ୍କୁ ସଦାନନ୍ଦପୁର ଗାଁରୁ ଗିରଫ କରାଯାଇଛି।
ହତ୍ୟାକାଣ୍ଡରେ ସେମାନେ ବ୍ୟବହାର କରିଥିବା ଅସ୍ତ୍ରକୁ ନିକଟସ୍ଥ ଜଙ୍ଗଲରୁ ଜବତ କରାଯାଇଥିବା ପୁରୀ ଆରକ୍ଷୀ ଅଧୀକ୍ଷକ ଡ଼କ୍ଟର ଉମା ଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଗରିଫ କରାଯାଇଥିବା ଏସପି କହିଛନ୍ତି। ପୂର୍ବରୁ ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମତେ ୬ ଜଣଙ୍କୁ ଗିରଫ କରିଥିଲା।


