www.samajalive.in
Sunday, December 7, 2025
26.1 C
Bhubaneswar

ଟେରର ଫଣ୍ଡିଂ ମାମଲାରେ ଏନଆଇଏର ଚଢଉ

ଜମ୍ମୁ: ଟେରର ଫଣ୍ଡିଂ ମାମଲାରେ ଜମ୍ମୁ-କାଶ୍ମୀରରେ ଏନଆଇଏର ଚଢଉ ଜାରି ରହିଛି । ରବିବାର ସକାଳେ ଉତ୍ତର କାଶ୍ମୀରର ବାରମୁଲା ଜିଲାରେ ଥିବା ଚାରୋଟି ସ୍ଥାନରେ ଏନଆଇଏ ଚଢାଉ କରିଛି । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଶ୍ରୀନଗର ଏବଂ ବଡଗାମ ଜିଲ୍ଲାରେ ଏନଆଇଏ ପକ୍ଷରୁ ଚଢଉ ହୋଇଥିଲା । ଶ୍ରୀନଗରର ରାଜବାଗ ଅଞ୍ଚଳରେ ମଜୀଦ ମଲ୍ଲା ଓ ବଡଗାମ ଜିଲାର ଅହମ୍ମଦ ଶେଖ, ବଶୀର ଅହମ୍ମଦ ଶେଖ, ମହମ୍ମଦ ଅଫଜଲ ମୀରଙ୍କ ଘରେ ଏନଆଇଏ ଚଢଉ କରିଥିଲା ।

- Advertisement -

ସେହିପରି ମଙ୍ଗଳବାର ଦିନ କ୍ରସ ଏଲଓସି ଟ୍ରେଡ ମାମଲାରେ ଶ୍ରୀନଗର ଓ ପୁଲୱାମାର ୬ଟି ସ୍ଥାନରେ ଏନଆଇଏ ଦ୍ବାରା ଚଢଉ ହୋଇଥିଲା । ଚଢଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବୈଦ୍ୟୁତିକ ଯନ୍ତ୍ରପାତି ଜବତ ହୋଇଥିଲା । ଯେଉଁମାନଙ୍କ ଘରେ ଚଢାଉ ହୋଇଛି ସେମାନେ ସ୍ଥାନୀୟ ଯୁବକଙ୍କୁ ଲଶ୍କର-ଏ-ତୋଏବାରେ ସାମିଲ ହେବା ପାଇଁ ଏବଂ ସେମାନଙ୍କ ଗତିବିଧିକୁ ଆପଣାଇବା ପାଇଁ ଉସୁକାଇଥିଲେ । ବିଛିନ୍ନତାବାଦୀଙ୍କ ଇସାରାରେ ଏହି ଯୁବକଙ୍କର ଜାଲ କାଗଜପତ୍ର ତିଆରି କରାଯାଇ ସେମାନଙ୍କୁ ପାକିସ୍ତାନ ପଠାଯାଉଥିଲା । ସେଠାରେ ସେମାନଙ୍କୁ ଆତଙ୍କବାଦୀ ପ୍ରଶିକ୍ଷଣ ଦିଆଯାଉଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories