www.samajalive.in
Sunday, December 7, 2025
13.1 C
Bhubaneswar

ସନା ସତୀଶ ବାବୁକୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି ; ଅସ୍ଥାନାଙ୍କ ବିରୁଦ୍ଧରେ ଆଣିଥିଲେ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : କଳାଧନ ବୈଧ ଅଭିଯୋଗ ମାମଲାର ଗିରଫ ହୋଇଥିବା ସନା ସତୀଶ ବାବୁକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫ ଦିନିଆ ରିମାଣ୍ଡରେ ନେଇଛି । ସ୍ୱତନ୍ତ୍ର ସିବିଆଇ ଅଦାଲତ ୫ ଦିନିଆ ହେପାଜତରେ ନେବାକୁ ଅନୁମତି ଦେଇଛି ।

ସୂଚନାଯୋଗ୍ୟ,  ବିବାଦୀୟ ମାଂସରପ୍ତାନୀକାରୀ ମୋଇନ୍‍ କ୍ୟୁରେସୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଚାଲିଥିବା କଳାଧନ ବୈଧ ଅଭିଯୋଗ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଇଦ୍ରାବାଦର ବ୍ୟବସାୟୀ ସନା ସତୀଶ ବାବୁଙ୍କୁ ଗିରଫ କରିଛି । କଳାଧନ ବୈଧ ନିବାରଣ ଆଇନ୍‍ ଅଧୀନରେ ଶୁକ୍ରବାର ରାତିରେ ସନା ସତୀଶବାବୁକୁ ଗିରଫ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ସ୍ମରଣଯୋଗ୍ୟ ସନା ସତୀଶ ବାବୁ, ହେଉଛନ୍ତି ସେହି ବ୍ୟକ୍ତି ଯିଏକି ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ କରିଥିଲେ, ଫଳରେ ସିବିଆଇ ଶ୍ରୀ ଅସ୍ଥାନାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିଥିଲା। ସରକାରୀ ଅଧିକାରୀମାନଙ୍କ ସହ ସଲାସୁତୁରାରେ ମୋଇନ୍‍ କ୍ୟୁରେସୀ ଦୁର୍ନୀତି କରିଥିବା ଅଭିଯୋଗ ଉପରେ ୨୦୧୭ ମସିହାରେ ଶ୍ରୀ କ୍ୟୁରେସିଙ୍କ ବିରୁଦ୍ଧରେ କଳାଧନ ବୈଧ ନିବାରଣ ଆଇନ୍‍ ଅଧୀନରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଥିଲା। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏ.ପି.ସିଂହଙ୍କ ବିରୁଦ୍ଧରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ତଦନ୍ତ କରୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories