ଭୁବନେଶ୍ୱର: ଶୁକ୍ରବାର ବିଧାନସଭାରେ ଭିକାରି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ନେତାମାନେ ଶାସକ ଦଳର ଦେତାଙ୍କୁ ଘେରିଥିଲେ । ବିରୋଧୀ ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ରାଜ୍ୟରେ ଭିକାରିଙ୍କ ତାଲିକା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬୩୯୦ ଭିକାରି ରହିଥିବା ବେଳେ କଟକରେ ସର୍ବାଧିକ ୧୦୬୦ ସଂଖ୍ୟାକ ଭିକାରି ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ବଲାଙ୍ଗୀର ଜିଲା ରହିଥିବା ବେଳେ ସେଠାକାର ଭିକାରି ସଂଖ୍ୟା ୭୦୮ ରହିଛି । ମୟୂରଭଞ୍ଜ ଜିଲ୍ଲାରେ ୪୮୫, ଗଞ୍ଜାମରେ ୪୫, ପୁରୀରେ ୧୨୦, ବୌଦ୍ଧରେ ୧୯ ଓ ମାଲକାନଗିରିରେ ୨୧, ଦେବଗଡ଼ରେ ସର୍ବନିମ୍ନ ୧୬ଜଣ ଭିକାରି ରହିଥିବା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।
Popular Categories



