www.samajalive.in
Sunday, December 7, 2025
23.1 C
Bhubaneswar

ବିଦ୍ୟୁତ୍ ମରାମତି ବେଳେ କର୍ମଚାରୀଙ୍କ ମୃତ୍ୟୁ

ପିପିଲି : ପିପିଲି ନିକଟବର୍ତ୍ତୀ ଦୂର୍ଗାଦାଶପୁର୍ ବଜାର ଟ୍ରାନ୍ସଫରମରରେ ଚଢ଼ି ୧୧ କେଭି ଲାଇନ୍ ମରାମତି କରୁଥିବା ବେଳେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍ ଆଘାତରେ ଜଣେ ଅଣଓଡିଆ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ପରେ ମୃତଦେହ ବିଦ୍ୟୁତ୍ ଖୁଣ୍ଟିରେ ଝୁଲୁ ଥିବା ଦେଖିବାକୁ ମିଳିଛି । ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବିଦ୍ୟୁତ୍ ଖୁଣ୍ଟିରୁ କାଢ଼ି ବାକୁ ଉଦ୍ୟମ ଚଳାଇଛନ୍ତି l ମୃତକ ଜଣକ ଏକ ଠିକାଦାର ସଂସ୍ଥାର କର୍ମଚାରୀ ବୋଲି ସୂଚନା ମିଳିଛି ।

ମୃତକଙ୍କ ନାମ ସେକ୍ ରିଜା ଉଲ୍ ଓ ତାଙ୍କ ଘର ପଶ୍ଚିମବଙ୍ଗର ମାଲଦା ଟାଉନ ଅଞ୍ଚଳରେ ବୋଲି ଜଣାପଡିଛି l ସେ ପିଜିସିଆଇଏଲ୍ ଅଧୀନରେ କାର୍ଯ୍ୟ କରୁଥିବା ଏକ ଠିକାଦାର ସଂସ୍ଥାର କର୍ମଚାରୀ ଥିଲେ । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି l ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା l

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories