www.samajalive.in
Sunday, December 7, 2025
16.1 C
Bhubaneswar

ପାରୋଲରେ ବାହାରିଲେ ରାଜୀବ ହତ୍ୟା ମାମଲାର ଦୋଷୀ ନଳିନୀ ଶ୍ରୀହରନ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଝିଅର ବିବାହ ପାଇଁ ପାରୋଲରେ ଜେଲରୁ ବାହାରିଛନ୍ତି। ନଳିନୀ ୬ମାସ ପାଇଁ ପାରୋଲରେ ଯିବାକୁ ଆବେଦନ କରିଥିଲେ। ମାଡ୍ରାସ ହାଇକୋର୍ଟ ତାଙ୍କୁ ୩୦ ଦିନ ପାଇଁ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି।

କୋର୍ଟଙ୍କ ଅନୁମତି ପରେ ଗୁରୁବାର ସକାଳେ ନଳିନୀ ଜେଲରୁ ବାହାରିଛନ୍ତି। ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି। ମାତ୍ର ସେ ୧୯୯୧ରୁ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ନଳିନୀଙ୍କ ଝିଅ ଲଣ୍ଡନରେ ରହୁଛନ୍ତି। ପାରୋଲ ଲାଗି ନଳିନୀ ନିଜ ପାଇଁ ନିଜେ ଲଢ଼ିଥିଲେ। ସେ ଦଲିଲରେ କହିଥିଲେ ଯେ, ସବୁ ବନ୍ଦୀ ଜେଲରେ ୨ବର୍ଷ ସଜ୍ଜା କାଟିବା ପରେ ଗୋଟିଏ ମାସ ସାଧାରଣ ଛୁଟି ପାଇବାର ହକ୍‌ଦାର। କିନ୍ତୁ ସେ ବିଗତ ୨୭ବର୍ଷରେ ଗୋଟିଏ ଦିନ ବି ଛୁଟି ନେଇନାହାନ୍ତି।

- Advertisement -

ସୂଚନାଯୋଗ୍ୟ, ଚେନ୍ନାଇ ନିକଟରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧୀଙ୍କୁ ଭେଟିବା ସମୟରେ ଜଣେ ଆତ୍ମଘାତୀ ମହିଳା ଆକ୍ରମଣକାରୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ସମସ୍ତ ୭ ଦୋଷୀ ୧୯୯୧ରୁ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ସେମାନେ ହେଲେ ପେରାରୀବଲନ, ମୁରୁଗନ, ନଳିନୀ, ଶାନ୍ତନ, ରବିଚନ୍ଦ୍ରନ, ଜୟକୁମାର ଏବଂ ରବର୍ଟ ପାୟସ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories