www.samajalive.in
Tuesday, December 9, 2025
17.1 C
Bhubaneswar

ଆକାଶ ମାର୍ଗ ବନ୍ଦ କରି ୫ହଜାର କୋଟି କ୍ଷତି ସହିଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ନିଷ୍ପତ୍ତି ନିଜ ଉପରେ ଭାରି ପଡିଛି । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ନିଜର ଆକାଶ ମାର୍ଗ ବନ୍ଦ କରିଦେଇଥିବା ପାକିସ୍ତାନ ୫ ଖରବ (୫ହଜାର କୋଟି ଟଙ୍କା) କ୍ଷତି ସହିଛି । ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ଦ୍ବାରା ପାକିସ୍ତାନ ବାଲାକୋଟସ୍ଥିତ ଜୈଶ-ଏ-ମହମ୍ମଦଙ୍କ ଆତଙ୍କବାଦୀ ଶିବିରକୁ ଧ୍ବସଂ କରି ଦେଇଥିଲେ । ଏଥିରେ ୩୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଏହାପରେ ପାକିସ୍ତାନ ନିଜ ଆକାଶ ମାର୍ଗକୁ ବନ୍ଦ କରି ଦେଇଥିଲା । ପରେ ଗତ ସୋମବାର ପଡ଼ୋଶୀ ଦେଶର ବିମାନ ଚଳାଚଳ ପାଇଁ ପାକିସ୍ତାନ ନିଜର ଆକାଶ ମାର୍ଗକୁ ଖୋଲିଥିଲେ । କିନ୍ତୁ ଅକାଶମାର୍ଗ ବନ୍ଦ ପାଇଁ ପାକିସ୍ତାନକୁ ବଡ କ୍ଷତି ସହିବାକୁ ପଡିଛି । ଏହା ଦ୍ବାରା ପାକିସ୍ତାନର ୫ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ପାକ୍ ନାଗରିକ ଉଡାଣ ପ୍ରାଧିକରଣ ମନ୍ତ୍ରୀ ଗୁଲାମ ସରବାର ଖାନ ଏକ ସାମ୍ବଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସରକାରଙ୍କ ପ୍ରାଥମିକତା ହେଉଛି ପାକିସ୍ତାନ ଏୟାରଲାଇନ୍ସକୁ ସୁଦୃଢ କରିବା ଏବଂ ୨୦୨୫ ସୁଦ୍ଧା ବିମାନ ସଂଖା ୧୪ରୁ ବୃଦ୍ଧି କରାଯାଇ ୪୫ କରାଯିବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories