www.samajalive.in
Tuesday, December 9, 2025
16.1 C
Bhubaneswar

ସରକାରୀ ଅର୍ଥ ହଡପ – ଭୂଷଳ ସରପଞ୍ଚ ନିଲମ୍ବିତ

ସମାଜ ପୋର୍ଟାଲ ଡେସ୍କ: ସରକାରୀ ଯୋଜନା ଅର୍ଥ ହଡପ ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତର ସରପଞ୍ଚ ଚିତ୍ତ ରଞ୍ଜନ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ଓଡିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଚିତ୍ତ ରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, ଭୁବନ ବ୍ଲକ ଭୂଷଳ ପଞ୍ଚାୟତର ସରପଞ୍ଚ ପଞ୍ଚାୟତକୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ପାଣ୍ଠିର ଦୁରୁପୋଯୋଗ ଅଭିଯୋଗରେ ସେ ପଦ ହରାଇଛନ୍ତି। ସିଏଫସି ଓ ଏସଏଫସି ପାଣ୍ଠିର ଦୁରୁପୋଯୋଗ, ପଲ୍ଲୀସଭା ଓ ମାସିକ ସଭା ନ କରିବା, ପଞ୍ଚାୟତ କାର୍ଯ୍ୟକୁ ବେନିୟମ ଢଙ୍ଗରେ କରିବା ଏବଂ ବିଲ୍‍ ଉଠାଣ ନିମନ୍ତେ ସୁପାରିସ ଭଳି କାର୍ଯ୍ୟ ବିନା ଅନୁମତିରେ କରିବା ଯୋଗୁ ଓଡିଶା ଗ୍ରାମ ପଞ୍ଚାୟତ ଅଧିନିୟମ ଧାରା ୧୯ ଅନୁଯାୟୀ ପଞ୍ଚାୟତରାଜ ବିଭାଗ ଚଳିତ ମାସ ୧୬ରେ ତାଙ୍କୁ ସରପଞ୍ଚ ପଦରୁ ହଟାଇଥିବା ଜଣାପଡିଛି।

- Advertisement -

ସୂଚନାଯୋଗ୍ୟ, ରାଜ୍ୟ ସରକାର ଭୂଷଳ ପଞ୍ଚାୟତକୁ ୨୦୧୭ ମସିହାରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କୃତ କରିଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories