www.samajalive.in
Sunday, December 7, 2025
14.1 C
Bhubaneswar

ଅଧାରାସ୍ତାରେ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କଲେ ଡ୍ରାଇଭର, ଭିଡିଓ ଭାଇରାଲ

ମୁମ୍ବାଇ: ଏକ ଟ୍ରେନ୍‌ର ଚାଳକ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ବୁଧବାର ଅପରାହ୍ନରେ ମୁମ୍ବାଇର ଉହ୍ଲାସନଗର ଏବଂ ଭିଠଲୱାଡି ରେଳ ଷ୍ଟେଶନ ମଧ୍ୟରେ ଏପରି ଏକ ଘଟଣା ଘଟିଛି। କିଛି ଲୋକ ଏହି ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରି ସୋସିଅଲ ମିଡିଆରେ ଭାଇରାଲ କରିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ ସୋନୁ ସିନ୍ଦେ କହିଛନ୍ତି, ସେ କାର୍ଯ୍ୟସ୍ଥଳକୁ ଯାଉଥିବାବେଳେ ଏକ ଟ୍ରେନ ଦୁଇଟି ଷ୍ଟେଶନ ମଧ୍ୟବର୍ତ୍ତୀ ରେଲୱେ ଟ୍ରାକରେ ଅଟକିଥିଲା। ଏହା ପରେ ଟ୍ରେନରୁ ଡ୍ରାଇଭର ବାହାରି ଆସିଥିଲେ। କୌଣସି ଅସୁବିଧା ହୋଇଛି ବୋଲି ଭାବି ସେ ତାହାର ଭିଡିଓ ଶୁଟ୍‌ କରୁଥିଲେ। କିନ୍ତୁ ଡ୍ରାଇଭର ଟ୍ରେନ ସମ୍ମୁଖରେ ଟ୍ରାକ୍‌ ଉପରେ ପରିସ୍ରା କରିଥିଲେ।

- Advertisement -

ତେବେ ଟ୍ରେନଟି କୌଣସି ବୈଷୟିକ ସୂଚନା ଅଥବା ଲାଲ୍‌ ସଙ୍କେତ ନ ଦେଇ ଅଟକି ରହିଥିଲା। ନିୟମ ଅନୁସାରେ, ଟ୍ରେନ ଚାଳନା ସମୟରେ ଡ୍ରାଇଭର ଯଦି ଏଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେମାନଙ୍କୁ କଂଟ୍ରୋଲ ରୁମ୍‌କୁ ଏସଓଏସ ବାର୍ତ୍ତା ପଠାଇ ପରିସ୍ଥିତି ବିଷୟରେ ଅବଗତ କରିବାକୁ ପଡ଼ିଥାଏ। ଏହା ପରେ ପରବର୍ତ୍ତୀ ଷ୍ଟେଶନରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଡ୍ରାଇଭର ମନ ଇଚ୍ଛା ଅଧାରାସ୍ତାରେ ଟ୍ରେନ ଅଟକାଇ ପାରିବେ ନାହିଁ। ଅନ୍ୟପଟେ ଭିଡିଓଟିର ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସେଣ୍ଟ୍ରାଲ ରେଲୱେ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ମଧ୍ୟ ଅନୁରୂପ ଏକ ଘଟଣା ଘଟିଥିଲା। ଏକ ଶୀତତାମ ନିୟନ୍ତ୍ରିତ ଟ୍ରେନର ସହକାରୀ ଲୋକୋ ପାଇଲଟ୍‌ ନାଲାସୋପରା ଏବଂ ଭସାଇ ଷ୍ଟେଶନ ମଧ୍ୟବର୍ତ୍ତୀ ଟ୍ରାକରେ ଟେ୍ରନ ରଖି ଟ୍ରାକ ଉପରେ ପରିସ୍ରା କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories