www.samajalive.in
Tuesday, December 9, 2025
23.1 C
Bhubaneswar

ସ୍ବାଭିମାନ ଅଞ୍ଚଳରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତରେ ଥିବା ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ମାତିଛନ୍ତି। ରାଲେଗଡ଼ା ପଞ୍ଚାୟତ ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶର ବୀରବରମ ଗ୍ରାମରେ ମାଓବାଦୀମାନେ ଗୁରୁବାର ଭୋର ସମୟରେ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଭୋର ସମୟରେ କେତେଜଣ ମାଓବାଦୀ ବୀରବରମ ଗାଁକୁ ଆସି ଭାସ୍କର ରାଓ ଏବଂ ସତୀ ବାବୁ ନାମକ ଦୁଇ ବ୍ୟକ୍ତିଙ୍କୁ ଘରୁ ଡାକିନେଇଥିଲେ। ପରେ ସେମାନଙ୍କୁ ହତ୍ୟା କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ଏହି ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ମାଓବାଦୀମାନେ ଘଟଣାସ୍ଥଳରେ ପୋଷ୍ଟର ଲଗାଇଛନ୍ତି। ଘଟଣା ପରେ ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories