www.samajalive.in
Tuesday, December 9, 2025
23.1 C
Bhubaneswar

ଓଭର ଥ୍ରୋ ପାଇଁ ୪ ରନ୍‌ ନ ଦେବାକୁ ଅମ୍ପାୟାରଙ୍କୁ କହିଥିଲେ ଷ୍ଟୋକ୍ସ: ଆଣ୍ଡରସନ

ଲଣ୍ଡନ: ଅନେକ ବିବାଦ ମଧ୍ୟରେ ରହିଥିବା ୨୦୧୯ କ୍ରିକେଟ ବିଶ୍ଵକପ୍‌ର ପାଇନାଲ ମ୍ୟାଚକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚର ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ଲାଗି ୧୬ ରନ୍‌ ଦରକର ପଡୁଥିବାବେଳେ ଇଂଲଣ୍ଡ ୧୫ ରନ୍‌ ସଂଗ୍ରହ କରିବାରୁ ଖେଳ ଟାଇ ହୋଇଥିଲା। ତେବେ ଶେଷ ଓଭରରେ ଓଭର ଥ୍ରୋ ଯୋଗୁ ଇଂଲଣ୍ଡକୁ ଯେଉଁ ଅତିରିକ୍ତ ୪ରନ ମିଳିଥିଲା ତାହାକୁ କାଟି ଦେବାକୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବେନ୍‌ ଷ୍ଟୋକ୍ସ ଅମ୍ପାୟାରଙ୍କୁ ଅପିଲ କରିଥିଲେ। ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏହାର ଖୁଲାସା କରିଛନ୍ତି।

ସୂଚନାଯୋଗ୍ୟ, ଫାଇନାଲ ମ୍ୟାଚରେ ଇଂଲଣ୍ଡ ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ନ୍ୟୁଜିଲାଣ୍ଡ ପକ୍ଷରୁ ଓଭର ଥ୍ରୋ ବଳରେ ମିଳିଥିବା ଅତିରିକ୍ତ ୪ ରନ୍‌। ଶେଷ ଓଭରର ୪ଥ ବଲ୍‌ରେ ବେନ୍‌ ଷ୍ଟୋକ୍ସ ବାଉଣ୍ଡାରି ଲାଇନକୁ ଏକ ଶଟ୍‌ ଖେଳିଥିଲେ। ସେ ୨ରନ୍‌ ନେବା ସମୟରେ ଫିଲ୍ଡରଙ୍କ ଥ୍ରୋ ସମୟର ବଲଟି ତାଙ୍କ ବ୍ୟାଟ୍‌ରେ ବାଜି ବାଉଣ୍ଡାରି ଲାଇନ କ୍ରସ୍‌ କରିଥିଲା। ଫଳରେ ସଂଗୃହୀତ ୨ ରନ୍‌ ସହିତ ଅତିରିକ୍ତ ୪ ରନ୍‌ ଓଭର ଥ୍ରୋ ପାଇଁ ମିଳିଥିଲା। ଅମ୍ପାୟାର କୁମାର ଧର୍ମସେନା ସାଥୀ ଅମ୍ପାୟାରଙ୍କ ସହ କଥା ହୋଇ ୬ରନ୍‌ ଦେଇଥିଲେ। ପରେ ଏହି ଓଭର  ଥ୍ରୋ ମ୍ୟାଚ୍‌ ଟାଇ ହେବାରେ ସହାୟକ ହୋଇଥିଲା, ଯେଉଁଥିପାଇଁ ଇଂଲଣ୍ଡକୁ ସୁପର ଓଭର ଖେଳିବାକୁ ସୁଯୋଗ ମିଳିଥିଲା ଏବଂ ଏହି ଟିମ୍‌ ପ୍ରଥମ ଥର ପାଇଁ ବିଶ୍ଵ ଚାମ୍ପିୟନ ହେଲା। କିନ୍ତୁ ଏହି ଓଭର ଥ୍ରୋ ପରେ ଷ୍ଟୋକ୍ସ କ୍ଷମା ପ୍ରାର୍ଥନା କରିବା ସହିତ ଏ ବାବଦ ୪ ରନ୍‌ କାଟିଦେବାକୁ ସେ ନିଜେ ଅମ୍ପାୟାରଙ୍କୁ ନିବେଦନ କରିଥିଲେ ବୋଲି ଆଣ୍ଡରସନ କହିଛନ୍ତି।

- Advertisement -

ଆଣ୍ଡରସନ କହିଛନ୍ତି, କ୍ରିକେଟରେ ବି ଶିଷ୍ଟାଚାର ରହିଛି। ଯଦି ବଲ୍‌ ଉଇକେଟ ଆଡକୁ ଥ୍ରୋ କରାଯାଇଛି ଏବଂ ତାହା ବ୍ୟାଟ୍ସମ୍ୟାନଙ୍କ ଶରୀରରେ ବାଜି ବାଉଣ୍ଡାରି ଲାଇନ କ୍ରସ୍‌ କରୁଛି, ତେବେ ନିୟମ ଅନୁସାରେ ସେଥିପାଇଁ ୪ରନ୍‌ ମିଳିବା ଉଚିତ। ଏଥିରେ କେହି କିଛି କରିପାରିବେ ନାହିଁ। କିନ୍ତୁ ଷ୍ଟୋକ୍ସ ମ୍ୟାଚ ସମୟରେ ଅମ୍ପାୟାରଙ୍କ ନିକଟକୁ ଯାଇ ଆପଣ ୪ ରନ୍‌ କାଟିଦେଇ ପାରିବେ, ଏହି ରନ୍‌ ଆମର ଦରକାର ନାହିଁ ବୋଲି କହିଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories