www.samajalive.in
Sunday, December 7, 2025
14.1 C
Bhubaneswar

ଉଦବେଗଜନକ ସ୍ଥିତରେ ଆସାମର ବନ୍ୟା ପରିସ୍ଥିତି

ଗୁଆହାଟୀ : ଆସାମରେ ବନ୍ୟା ପରିସ୍ଥିତି ଉଦବେଗଜନକ ସ୍ଥିତରେ ପହଞ୍ଚିଛି। ୧୭ଟି ଜିଲ୍ଲାର ପ୍ରାୟ ସାଢ଼େ ୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ  ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବନ୍ୟା ପରିସ୍ଥିତିରେ ଶୁକ୍ରବାର କୌଣସି ଉନ୍ନତି ଘଟି ନାହିଁ । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସମସ୍ତ ଉପ-କମିଶନରଙ୍କ ସହିତ ସ୍ଥିତିର ସମୀକ୍ଷା କରି ସମସ୍ତ ପ୍ରଭାବିତ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦେଶ ଦେଇଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଏନଡିଆରଏଫ୍ ଓ ସେନା ବାହିନୀକୁ ମୁତୟନ କରାଯାଇଛି।

ସରକାରୀ ଭାବେ କୁହାଯାଇଛି, ଧେମାଜୀ, ବାରପେଟା ଓ ବାଙ୍ଗାଇଗାଓଁ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜଳ କାଜିରଙ୍ଗା ଜାତୀୟ ଅଭୟାରଣ୍ୟର ଶତକଡ଼ା ୪୦ ଭାଗ ଅଞ୍ଚଳରେ ପାଣି ମାଡ଼ିଯାଇଛି। ଆହୁରି ଅନେକ ଜାତୀୟ ଅଭୟାରଣ୍ୟ ମଧ୍ୟ ଜଳମଗ୍ନ ହୋଇଥିବାର ଜଣାପଡ଼ିଛି। ଏନଡିଆରଏଫ ଓ ଏସଡିଆରଏଫ ଟିମ୍‍ଗୁଡ଼ିକୁ ଉଦ୍ଧାର କାର୍ଯ୍ୟପାଇଁ ମୁତୟନ କରାଯାଇଛି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖାଦ୍ୟପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ବନ୍ୟାରେ ଫସଲର ବ୍ୟାପକ କ୍ଷତି ଘଟିବା ସହ ରାସ୍ତାସବୁ ଧୋଇଯାଇଛି ଓ ସରକାରୀ ମତ୍ସ୍ୟପାଳନ କେନ୍ଦ୍ରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories