www.samajalive.in
Sunday, December 7, 2025
14.1 C
Bhubaneswar

ଗୋ ମାଂସ ସୁପ୍‌ ପିଇବାରୁ ଯୁବକଙ୍କୁ ଆକ୍ରମଣ, ଛୁରାମାଡ଼

ଚେନ୍ନାଇ: ଗୋମାଂସ ସୁପ୍‌ ପିଇବା ଏବଂ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାରୁ ଜଣେ ଯୁବକଙ୍କୁ ମାଡ଼ ମରାଯିବା ସହିତ ଛୁରିରେ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାମିଲନାଡୁର ନାଗାପଟ୍ଟିନମ ଜିଲାରେ ଏହି ଘଟଣା ଘଟିଛି।

ନାଗାପଟ୍ଟିନମର ବୋରାବଚେରି ଗ୍ରାମର ଜଣେ ବାସିନ୍ଦା ହେଉଛନ୍ତି ମହମ୍ମଦ ଫୈଜନ। ସେ ଗତ ଜୁଲାଇ ୯ରେ ଫେସବୁକରେ ଏକ ଫଟୋ ଅପ୍‌ଲୋଡ୍‌ କରିଥିଲେ। ସେଥିରେ ସେ ଗୋମାଂସ ସୁପ ପିଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ହିନ୍ଦୁ ମକ୍କଲ କାଚି ଗୋଷ୍ଠୀର କେତେଜଣ ସଦସ୍ୟ ଫୈଜନଙ୍କ ଘରକୁ ଯାଇ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରି କି ଛୁରିରେ ମଧ୍ୟ ଆକ୍ରମଣ କରିଥିଲେ। ଫୈଜନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହିତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହି ଘଟଣାରେ ପୁଲିସ ଦିନେଶ କୁମାର, ଗଣେଶ କୁମାର, ମୋହନ କୁମାର ନାମକ ଯୁବକଙ୍କୁ ଗିରଫ କରିବା ସହିତ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories