www.samajalive.in
Sunday, December 7, 2025
13.1 C
Bhubaneswar

୨୨ ବର୍ଷ ତଳେ ଉଦ୍ଧାର ନେଇଥିବା ୨୦୦ଟଙ୍କା ଫେରାଇବାକୁ ବିଦେଶରୁ ଆସିଲେ ସାଂସଦ

ମୁମ୍ବଇ: ଅସମୟରେ ଅନେକ ଲୋକ ଅନ୍ୟର ଆର୍ଥିକ ସହାୟତା ଲୋଡ଼ିଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଲୋକ ଉଦ୍ଧାର ନେଇଥିବା ଅର୍ଥ ଫେରାଇ ଦିଅନ୍ତି, ଆହୁରି ଅନେକେ ଅଛନ୍ତି ଯିଏକି ତାହାକୁ ଭୁଲି ବି ଯାଆନ୍ତି। କିନ୍ତୁ ଆପଣ କେବେ ୨୨ ବର୍ଷ ତଳେ ଉଦ୍ଧାର ନେଇଥିବା ଅର୍ଥ ଫେରାଇବା କଥା ଶୁଣିଛନ୍ତି କି ? ତାହା ପୁଣି ମାତ୍ର ୨୦୦ ଟଙ୍କା। ବୋଧହୁଏ ଶୁଣି ନ ଥିବେ। ମାତ୍ର କେନିଆର ଜଣେ ସାଂସଦ ବର୍ତ୍ତମାନ ଏହି କାରଣ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

କେନିଆର ନ୍ୟାରିବାରି ଚାଚେ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ସାଂସଦ ରିଚାର୍ଡ ନ୍ୟାଗାକା ଟୋଙ୍ଗୀ ୨୨ ବର୍ଷ ତଳେ ନେଇଥିବା ଉଦ୍ଧାର ଟଙ୍କା ଫେରାଇବାକୁ ମହାରାଷ୍ଟ୍ରର ଔଙ୍ଗୋବାଦରେ ଆସି ପହଞ୍ଚିଛନ୍ତି। ସେ କାଶୀନାଥ ଗବଲୀ ନାମକ ଦୋକାନୀଙ୍କଠାରୁ ୨୦୦ ଟଙ୍କା ଉଦ୍ଧାର ନେଇଥିଲେ। ଟୋଙ୍ଗୀ ୧୯୮୫-୮୯ରେ ମୌଲନା ଆଜାଦ କଲେଜରେ ପଢୁଥିଲେ। ତାଙ୍କୁ କାଶୀନାଥ ସବୁବେଳେ ଖାଇବାକୁ ଦେଉଥିଲେ। ଟୋଙ୍ଗୀ ଯେତେବେଳେ କେନିଆ ଫେରିଲେ ସେତେବେଳେ ତାଙ୍କ ଉପରେ କାଶୀନାଥଙ୍କର ୨୦୦ ଟଙ୍କା ଉଦ୍ଧାର ରହିଥିଲା।

- Advertisement -

ଟୋଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ, ମୋ ଉପରେ ୨୨ ବର୍ଷ ତଳେ ୨୦୦ ଟଙ୍କା ଉଦ୍ଧାର ଥିଲା, ଯାହାକୁ ମୁଁ ଫେରାଇ ନ ଥିଲି। ସେ ମୋତେ ଖାଇବାକୁ ଦେଇଥିଲେ, କିନ୍ତୁ ମୁଁ ତାଙ୍କୁ ଟଙ୍କା ଦେଇ ନ ଥିଲି। ସେଥିପାଇଁ ଯେତେବେଳେ ମୋର ବିବାହ ହେଲା, ସେତେବେଳେ ମୁଁ ଭାରତ ଆସି ଟଙ୍କା ଫେରାଇବାକୁ ପ୍ରତିଜ୍ଞା କରିଥିଲି। ଏବେ ଟଙ୍କା ଫେରାଇବା ପରେ ମୋତେ ବହୁତ ଆନନ୍ଦ ମିଳିଛି।

ଟୋଙ୍ଗୀ ନିଜ ପତ୍ନୀ ମିଶେଲଙ୍କ ସହିତ ଔରଙ୍ଗାବାଦ ଆସିଛନ୍ତି। ତାଙ୍କ ପତ୍ନୀ କହିଛନ୍ତି, ଏହା ଏକ ଭାବନାତ୍ମକ ଯାତ୍ରା ଥିଲା। ସାଂସଦ ଟୋଙ୍ଗୀ କହିଛନ୍ତି, ମୁଁ ଛାତ୍ରାବସ୍ଥାରେ ଅତି ଅସୁବିଧାରେ ଥିଲି। ଏଠାକାର ଲୋକ ମୋତେ ବହୁତ ସାହାଯ୍ୟ କରିଛନ୍ତି। ସେତେବେଳେ ମୁଁ ଭାବିଥିଲି ଯେ ଗୋଟିଏ ଦିନ ମୁଁ ନିଶ୍ଚୟ ଫେରିବି ଏବଂ ଉଦ୍ଧାର ଟଙ୍କା ଫେରସ୍ତ କରିବି।

ସେ ହସି ହସି କହିଥିଲେ, ଭବବାନ କାଶୀନାଥ ଏବଂ ତାଙ୍କ ପିଲାମାନଙ୍କ ଉପରେ ନିଜର ଆଶୀର୍ବାଦ କରୁଥାନ୍ତୁ। ଏମାନେ ବହୁତ ଭଲ। ବର୍ତ୍ତମାନ ସେମାନେ ମୋତେ ଖାଇବାକୁ ଦେବା ଲାଗି ହୋଟେଲ ନେଉଥିଲେ। କିନ୍ତୁ ମଁ ତାଙ୍କ ଘରର ଖାଦ୍ୟ ଖାଇବାକୁ ପସନ୍ଦ କଲି। ଏହା ସହିତ ସେତେବେଳର ପୁରାତନ ଛାତ୍ରଙ୍କୁ ଭେଟିଛି ବୋଲି ଟୋଙ୍ଗୀ କହିଛନ୍ତି। ସେହିପରି ଯିବାବେଳେ ସେ କାଶୀନାଥଙ୍କୁ ନିଜ ଦେଶକୁ ବୁଲିବା ପାଇଁ ଯିବା ଲାଗି ଆମନ୍ତ୍ରଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories