www.samajalive.in
Monday, December 8, 2025
16.1 C
Bhubaneswar

ଟ୍ରକ୍‌ ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ

ଭଞ୍ଜନଗର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ମଳିଙ୍ଗି ରାସ୍ତାରେ ଟ୍ରକ୍‌ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କୁ ଟ୍ରକ ଚଢ଼ାଇ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ମୃତକ ଦ୍ବୟ ହେଲେ ଚଢ଼ିଆପଲ୍ଲୀ ଗ୍ରାମର ରାମ ଗୌଡ଼ ଏବଂ କୃଷ୍ଣ ନାୟକ। ରାମଙ୍କୁ ବ୍ୟବସାୟିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ତାଙ୍କ ପରିବାରବର୍ଗ ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ରାମଙ୍କ ବ୍ୟବସାୟିକ ପାର୍ଟନର ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଦିନକ ତଳେ ରାମ ଏବଂ ତାଙ୍କ ବ୍ୟବସାୟିକ ପାର୍ଟନରଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ରାମଙ୍କ ଘରକୁ ବୋମାମାଡ଼ କରାଯାଇଥିଲା। ରାମ ଥାନାକୁ ଅଭିଯୋଗ କରିବାକୁ ଯାଉଥିବାବେଳେ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ଥାନାକୁ ଯିବା ବାଟରେ କୃଷ୍ଣ ନାୟକ ଲିଫ୍ଟ ମାଗି ରାମଙ୍କ ସହିତ ଯାଉଥଲେ। ସେ ବି ଟ୍ରକ ଧକ୍କାରେ ପ୍ରାଣ ହରାଇଛନ୍ତି। ତେବେ ଟ୍ରକ୍‌ ଚାଳକ ହେଉଛନ୍ତି ରାମଙ୍କ ବ୍ୟବସାୟିକ ପାର୍ଟନରଙ୍କ ଭଣଜା। ତେଣୁ ରାମଙ୍କ ବ୍ୟବସାୟିକ ପାର୍ଟନର ଏବଂ ତାଙ୍କ ଭଣଜା ରାମଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories