www.samajalive.in
Monday, December 8, 2025
16.1 C
Bhubaneswar

ଚନ୍ଦ୍ରାୟାନ-୨ ଉତକ୍ଷେପଣ ନରୀକ୍ଷଣ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନ୍ଧ୍ରପ୍ରଦେଶର ସତିଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରେ ଚନ୍ଦ୍ରାୟାନ-୨ ଉତକ୍ଷେପଣ ନରୀକ୍ଷଣ କରିବେ । ଶୁକ୍ରବାରଠାରୁ ରାଷ୍ଟ୍ରପତି ୨ଦିନିଆ ତାମିଲନାଡୁ ଏବଂ ଆନ୍ଦ୍ରପ୍ରଦେଶ ଗସ୍ତରେ ଯାଉଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟାନ-୨ ଉତକ୍ଷେପଣକୁ ସେ ନରୀକ୍ଷଣ କରିବେ। ଆସନ୍ତା ୧୫ ତାରିଖରେ ଚନ୍ଦ୍ରାୟାନ-୨ ଉତକ୍ଷେପଣ କରାଯିବ।
ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ), ସତୀଶଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଆସନ୍ତା ୧୫ ତାରଖ ସୋମବାର ଚନ୍ଦ୍ରାୟାନ-୨ ଉତକ୍ଷେପଣ କରାଯିବ । ଚନ୍ଦ୍ରାୟାନ-୨କୁ ଆସନ୍ତା ସୋମବାର ରାତି ୨ଟା ୫୧ ମିନିଟରେ ପ୍ରକ୍ଷେପଣ କରାଯିବ। ଏହା ଜିଏସଏଲଭି ଏମ୍‌କେ-୩ ରକେଟ୍ ସହିତ ମହାକାଶକୁ ଯିବ।
ଚନ୍ଦ୍ରାୟାନର-୨ର ଓଜନ ୩୨୯୦ କିଲୋଗ୍ରାମ । ଏଥିରେ ପ୍ରଥମ ଥର ପାଇଁ ଅର୍ବିଟର, ରୋବର ଓ ଲେଣ୍ଡରକୁ ଏକକାଳୀନ ବ୍ୟବହାର କରାଯାଇଛି । ଚନ୍ଦ୍ରାୟାନ -୨ ଚନ୍ଦ୍ରର କକ୍ଷରେ ପ୍ରବେଶ କରିବା ପରେ ଅର୍ବିଟର ଲେଣ୍ଡର୍‌ଠାରୁ ଅଲଗା ହୋଇଯିବ । ଏହା ପରେ ଲେଣ୍ଡର ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ଭାଗରେ ଏକ ସ୍ଥାନରେ ଅବତରଣ କରିବ ଏବଂ ରୋବର୍‌ ଅଲଗା ହୋଇଯିବ । ଉଭୟ ଅର୍ବିଟର ଓ ରୋବର୍‌ରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଉପକରଣ ଖଞ୍ଜା ଯାଇଛି । ମିଶନ ଚନ୍ଦ୍ରାୟାନର ମୋଟ୍ ବଜେଟ୍ ହେଉଛି ୧୦ ହଜାର କୋଟି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories