www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଥମ ସେମିଫାଇନାଲ: ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୦ ରନ୍‌

ଲଣ୍ଡନ: କ୍ରିକେଟ ବିଶ୍ଵକପରେ ବର୍ଷା ବାଧାପ୍ରାପ୍ତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ବୁଧବାର ପୁଣି ଆରମ୍ଭ ହୋଇଛି। ବୁଧବାର ୪୬.୧ ଓଭରରୁ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୯ ରନ କରିବାରେ ସକ୍ଷମ ହୋଇଛି। ଫଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ ପାଇଁ ୨୪୦ ରନ ଦରକାର।

ମଙ୍ଗଳବାର ନ୍ୟୁଜିଲାଣ୍ଡ ୪୬.୧ ଓଭର ଖେଳି ୫ ଉଇକେଟ ବିନିମୟରେ ୨୧୧ ରନ କରିଥିଲା। ଏହି ସମୟରେ ବର୍ଷା ହେବାରୁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ଦଳ ପକ୍ଷରୁ ରସ୍‌ ଟେଲର ସର୍ବାଧିକ ୭୪ ରନ୍‌(୯୦ ବଲ) କରିଛନ୍ତି। ୪୮ତମ ଓଭରରେ ବୁମ୍‌ରାଙ୍କ ବଲରେ ୨ ରନ୍‌ ସଂଗ୍ରହ କରିବାକୁ ଉଦ୍ୟମ କରି ସେ ରବୀନ୍ଦ୍ର ଜାଡେଜାଙ୍କ ଦ୍ବାରା ରନ୍‌ ଆଉଟ୍‌ ହୋଇଥିଲେ। ଟେଲରଙ୍କ ପରେ ଦଳ ପକ୍ଷରୁ ୱଲିୟମସନ୍‌ ୯୫ ବଲ୍‌ରେ ଦ୍ବିତୀୟ ସର୍ବାଧିକ ୬୭ ରନ୍‌ କରିଥିଲେ।

- Advertisement -

ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories