ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଅନ୍ତର୍ଗତ ତାଳସାରି ମେରାଇନ ଥାନା ଅଞ୍ଚଳରେ ଦୁଇଜଣ ଅଣଓଡିଆ ଯୁବତୀଙ୍କ ସହ ଗଣବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଘର କୋଲକାତା ହାୱଡ଼ା ଓ ଡାଇମଣ୍ଡ ହାରବୋର ଅଞ୍ଚଳରେ ବୋଲି ଜଣାପଡିଛି। ଯୁବତୀ ଦୁଇ ଜଣଙ୍କୁ ତିନି ଜଣ ଦୁର୍ବୃତ୍ତ କୌଣସି ପ୍ରଲୋଭନ ଦେଖାଇ ତାଳସାରି ମେରାଇନ ଥିବା ଏକ ଗେଷ୍ଟ ହାଉସରେ ରଖିଥିଲେ । ଦୁର୍ବୃତ୍ତମାନେ ଉଭୟଙ୍କ ସହ ବଳାତ୍କାର କରିବା ପରେ ସେଠାରୁ ଫୋରାର ହୋଇଯାଇଥିଲେ । ଗେଷ୍ଟ ହାଉସରେ ବାହାରେ ଯୁବତୀ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ଆରମ୍ଭ କରିଛି ।
Popular Categories



