www.samajalive.in
Tuesday, December 9, 2025
17.1 C
Bhubaneswar

ଏକ୍ସପ୍ରେସୱେ ପୋଲରୁ ବସ୍ ଖସିବା ଘଟଣା: ଦେବଦୂତ ସାଜି ଲୋକଙ୍କ ପ୍ରାଣ ବଞ୍ଚାଇଥିଲେ ଏହି ବ୍ୟକ୍ତି  

ଆଗ୍ରା : ମୁଁ ଶୌଚ ହେବାକୁ ଯାଇଥିଲି । ନାଳ ନିକଟରେ ଥିବା ସମୟରେ ଜୋରରେ ଏକ ଶବ୍ଦ ଶୁଣିଲି । ଶବ୍ଦରୁ ଅନୁମାନ କରିପାରିଥିଲି ଯେ, କୌଣସି ଏକ ବସ ବା ଟ୍ରକ ନାଳ ମଧ୍ୟକୁ ଓଲଟି ପଡିଛି । ମୁଁ ଦୌଡି ଆସି ଦେଖେ ତ ନାଳରେ ଏକ ବସ ଖସି ପଡିଥିଲା । ନାଳ ମଧ୍ୟରେ ବସଟି ଅଧାରୁ ଅଧିକ ବୁଡି ସାରିଥିଲା । ଲୋକଙ୍କ ଚିତ୍କାରରେ କାନ ଫାଟି ପଡୁଥିଲା । ଲୋକମାନେ ବାହାରକୁ ବାହାରିବା ପାଇଁ ଚାହୁଁଥିଲେ କିନ୍ତୁ ବସର ଝରକା ବନ୍ଦ ଥିବାରୁ ବାହାରି ପାରୁନଥିଲେ । ବସରୁ ରକ୍ତର ସୁଆ ଭାସି ଆସୁଥିଲା । ମୁଁ ଚିନ୍ତା କରି ପାରୁନଥିଲି କ’ଣ କରିବି । କାହାକୁ ଡାକିବା ପାଇଁ ମୋ ପାଖରେ ମୋବାଇଲ ମଧ୍ୟ ନଥିଲା। ଲୋକଙ୍କୁ ବଞ୍ଚାଇବା ପାଇଁ ପାଣି ମଧ୍ୟକୁ ଚାଲିଗଲି ଏବଂ ବସ ମଧ୍ୟରୁ ଦୁଇ ତିନି ଜଣ ଲୋକଙ୍କୁ ବାହାରକୁ ଆଣିଲି । ସେମାନଙ୍କ ମଧ୍ୟରୁ ଜଣଙ୍କ ପକେଟରେ ମୋବାଇଲ ଫୋନ ଥିଲା । ସେହି ମୋବାଇଲରୁ ୧୦୦ ନମ୍ବରକୁ ଫୋନ୍ କରି ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଲି । ଉତ୍ତରପ୍ରଦେଶ ଆଗ୍ରା ନିକଟ ଯମୁନା ଏକ୍ସପ୍ରେସୱେରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ଦେବଦୂତ ସାଜିଥିବା ନିହାଲ ସିଂହ ଘଟଣା ସମ୍ପର୍କରେ ବର୍ଣ୍ଣନା କରି ଏହା କହିଛନ୍ତି ।

ପୁଲିସକୁ ସୂଚନା ଦେବା ପରେ ସେଠାରୁ ଦେଢ କିମି ଦୂରତାରେ ଥିବା ଏକ ଗାଁ ମଧ୍ୟକୁ ଦୌଡି ଯାଇ ସେ ଲୋକଙ୍କୁ ଦୁର୍ଘଟଣା ବିଷୟରେ ଜଣାଇଥିଲେ । ଏହା ଜାଣିବା ପରେ କିଛି ଲୋକ ତାଙ୍କ ସହ ଦୁର୍ଘଟଣାସ୍ଥଳକୁ ଧାଇଁ ଆସି ବସ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାର ୧୦ ମିନିଟ୍ ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲେ । କିନ୍ତୁ ଦୁଇ ଜଣ ପୁଲିସ ଥିବାରୁ ସେ କିଛି କରି ପାରିନଥିଲେ । ସେମାନଙ୍କ ନିକଟରେ ଜେସିବି ମଧ୍ୟ ନଥିଲା। ତାଙ୍କ ଗାଁର କିଛି ଲୋକଙ୍କ ପାଖରେ ଜେସିବି ଥିବାରୁ ସେହି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲୁ । ପରେ ଅନ୍ୟ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଯୋଗ ଦେଇଥିଲେ । କିନ୍ତୁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ନଥିଲା। ସେତେବେଳେକୁ ଏକ ଘଣ୍ଟା ବିତି ଯାଇଥିଲା । ଆହତମାନଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ସେଠାକୁ ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା।

- Advertisement -

ଆହତମାନେ ବସରେ ଥିବା ନିଜ ସମ୍ପର୍କୀୟଙ୍କୁ ଖୋଜିବାରେ ଲାଗି ପଡିଥିଲେ । ଜଣେ ମହିଳା ଗୁରୁତର ଅବସ୍ଥାରେ ନିଜ ସ୍ବାମୀ ଓ ପିଲାମାନଙ୍କୁ ଦେଖିବା ପାଇଁ ଜିଦ୍ ଧରିଥିଲେ । ସେମାନଙ୍କୁ ଚିକତ୍ସା ପାଇଁ ହସ୍ପିଟାଲ ପଠା ଯାଇଛି ଶୁଣିଲା ପରେ ମହିଳା ଜଣଙ୍କ ଶାନ୍ତ ହୋଇଥିଲେ । ସେହିପରି ଅନ୍ୟ ଜଣେ ବ୍ୟକ୍ତି ମୃତଦେହଗୁଡିକ ମଧ୍ୟରୁ ନିଜ ଝିଅକୁ ଖୋଜୁଥିଲେ ଏବଂ ମୋ ଝିଅକୁ ଦେଖିଛ କି ବୋଲି ବାରମ୍ବାର ନିହାଲଙ୍କୁ ପ୍ରଶ୍ନ କରିଥିଲା ।

ନିହାଲ କୁହନ୍ତି ଏଭଳି ଶୋକାକୁଳ ପରିସ୍ଥିତି ମୁଁ କେବେ ପୂର୍ବରୁ ଦେଖି ନଥିଲି । ଏହି ଦୃଶ୍ୟ ମୋତେ ସ୍ତବ୍ଧ କରି ଦେଇଛି । ମୁଁ ସହଜରେ ଏହାକୁ ଭୁଲିପାରିବି ନାହିଁ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories