www.samajalive.in
Sunday, December 7, 2025
13.1 C
Bhubaneswar

କର୍ଣ୍ଣାଟକ ସଙ୍କଟ ଜାରି; ଇସ୍ତଫା ଦେବେ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଶକ୍ତ ଧକ୍କା ଦେଇଛି। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ଵର ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକା ଯାଇଥିବା ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ସ୍ବତନ୍ତ୍ର ବିମାନରେ କର୍ଣ୍ଣାଟକ ଫେରିଛନ୍ତି। ଦୁଇ ଦିନ ପୂର୍ବରୁ ୮ କଂଗ୍ରେସ ଓ ୩ ଜେଡିଏସ ବିଧାୟକଙ୍କୁ ମିଶାଇ ମୋଟ ୧୧ ବିଧାୟକ ଇସ୍ତଫା ଦେଇଥିବାବେଳେ ଆଉ ୧୦ ବିଧାୟକ ମୁମ୍ବାଇ ଚାଲିଯାଇ ଏକ ହୋଟେଲରେ ରହିଛନ୍ତି।

ଜି. ପରମେଶ୍ଵର କହିଛନ୍ତି, ମେଣ୍ଟ ସରକାରରେ ଥିବା କଂଗ୍ରେସ ମନ୍ତ୍ରୀମାନଙ୍କୁ ବୈଠକ ପାଇଁ ଡକାଇଛି। ବୈଠକରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା ହେବ। ବିଜେପି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି। ଯଦି ଦରକାର ପଡ଼େ ଆମେ ସମସ୍ତେ ଇସ୍ତଫା ଦେବୁ। ଏହାମଧ୍ୟରେ କୁମାରସ୍ବାମୀ ଜେଡିଏସ ମୁଖ୍ୟ ଏଚ.ଡି. ଦେବେଗୌଡ଼ାଙ୍କ ସହିତ ସ୍ଥିତି ବିଷୟ​‌ରେ ଆଲୋଚନା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଦଳୀୟ ନେତାମାନଙ୍କୁ ସରକାର ବିରୋଧରେ କିଛି ନ କହିବାକୁ ନିବେଦନ କରିଛନ୍ତି। ତେବେ ମେଣ୍ଟ ସରକାରର ନେତାମାନେ ଏଭଳି ସଙ୍କଟ ପାଇଁ ବିଜେପିକୁ ଦାୟୀ କରୁଛନ୍ତି। କିନ୍ତୁ ଏହା ପଛରେ ବିଜେପିର କୌଣସି ହାତ ନ ଥିବା ଜଣେ ନେତା କହିଛନ୍ତି।

- Advertisement -

ସେହିପରି ମୁମ୍ବାଇରେ ଥିବା କଂଗ୍ରେସ ବିଧାୟକ ଏସ.ଟି. ସୋମଶେଖର କହିଛନ୍ତି, ଆମେ ଏଠାରେ ୧୦ ବିଧାୟକ ଅଛୁ। ମୋଟ ଉପରେ ୧୩ ବିଧାୟକ ବାଚସ୍ପତି କେ.ଆର ରମେଶ କୁମାର ଏବଂ ରାଜ୍ୟପାଳ ବାଜୁଭାଇ ବଳଙ୍କୁ ଇସ୍ତଫା ଦେଇଛୁ। ଆମେ ସମସ୍ତେ ଏକାଠି ଅଛୁ। ଇସ୍ତଫା ପ୍ରତ୍ୟାହାର ଲାଗି ବେଙ୍ଗାଲୁରୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।

ରାଜ୍ୟ ବିଜେପି ମୁଖ୍ୟ ବି.ଏସ. ୟେଦୁରପ୍ପା କହିଛନ୍ତି, ମୁଁ ଏବଂ ମୋର ଦଳୀୟ ନେତାମାନେ ବିରୋଧୀଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର କରିନାହୁଁ। ଗଣମାଧ୍ୟମରୁ ଶୁଣିବାକୁ ପାଉଛି ଯେ, କଂଗ୍ରେସ ଏବଂ ଜେଡିଏସ ବିଧାୟକମାନେ ଇସ୍ତଫା ଦେଇଛନ୍ତି। କିନ୍ତୁ ଏହା ପଛରେ ବିଜେପିର କୌଣସି ନେତାଙ୍କ ହାତ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories