www.samajalive.in
Sunday, December 7, 2025
13.1 C
Bhubaneswar

କଂଗ୍ରେସର ଜରୁରୀ ବୈଠକ, ସାମିଲ ହେଲେ ଖଡ଼ଗେ- ଚିଦମ୍ବରମଙ୍କ ସମେତ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରବର୍ତ୍ତୀ ପଦକ୍ଷେପ ଏବଂ କର୍ଣ୍ଣାଟକରେ ଦେଖାଦେଇଥିବା କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ସଂକଟର ସମାଧାନ ପାଇଁ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ କଂଗ୍ରେସର ଜରୁରୀ ବୈଠକ ଡକାଯାଇଛି।
ଏହି ବୈଠକରେ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମ, ଗୁଲାମନବୀ ଆଜାଦ, ମୋତିଲାଲ ଭୋରାଙ୍କ ସମେତ ୧୨ରୁ ଊର୍ଦ୍ଧ୍ବ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। କୁହାଯାଉଛି ଯେ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ପଦରେ ସମ୍ଭାବ୍ୟ ନାମ ଉପରେ ଚର୍ଚ୍ଚା ସହ କର୍ଣ୍ଣାଟକ ସଂକଟ ଦୂର ପାଇଁ ଆଲୋଚନା ହେବ। ତେବେ ଦଳ ଅଧ୍ୟକ୍ଷ ଭାର କୌଣସି ଯୁବ ନେତାଙ୍କୁ ଦେବା ପାଇଁ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି କୁହାଯାଉଛି। ଏହା ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁକୁଲ ୱାସନିକ କଂଗ୍ରେସ ୱାର ରୁମରେ ପହଞ୍ଚିଛନ୍ତି। ଅନ୍ୟ ନେତାଙ୍କ ଆଗମ ଜାରି ରହିଛି।
ପ୍ରକାଶ ଯେ କର୍ଣ୍ଣାଟକରେ କଂଗ୍ରେସର ୯ ଏବଂ ଜେଡିଏସର ୩ ବିଧାୟକ ବାଚସ୍ପତିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଫଳରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାରର ସଂକଟ ବଢି ଯାଇଛି। ବାଚସ୍ପତି ସେମାନଙ୍କ ଇସ୍ତଫାକୁ ମଞ୍ଜୁରୀ ଦେଲେ କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଯିବାର ଆଶଙ୍କା ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories