www.samajalive.in
Tuesday, December 9, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ପୁଣି ବିଜେପି-ଟିଏମସି ଗୋଷ୍ଠୀ ସଂଘର୍ଷ, ବନ୍ଧୁକଧାରୀଙ୍କୁ ପୁଲିସ ସୁରକ୍ଷା

କୋଲକାତା: ନିର୍ବାଚନ ଶେଷ ହୋଇଗଲାଣି। କିନ୍ତୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ବିଜେପି ମଧ୍ୟରେ ଗଣ୍ଡଗୋଳ ଥମିବାର ନାଁ ଧରୁନାହିଁ। ନିର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଏହା ମଧ୍ୟରେ ରାଜ୍ୟରେ ପୁଣି ଥରେ ବିଜେପି ଏବଂ ଟିଏମସି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। କୋଲକାତାଠାରୁ ୨୧୦ କିଲୋମିଟର ଦୂର ଆସାନସୋଲ ଅଞ୍ଚଳରେ ଟିଏମସି କର୍ମୀମାନେ ଗରିବ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଆସାନସୋଲ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରାଯିବା ସହ ପ୍ରତିବାଦ କରାଯାଇଥିଲା। ଏହି ସମୟରେ ଟିଏମସି କର୍ମୀଙ୍କ ଏକ ଗୋଷ୍ଠୀ ସେଠାରେ ପହଞ୍ଚିଯିବାରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ଏବଂ ପରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଖବରପାଇ ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ମୁହଁରେ ଗାମୁଛା ବାନ୍ଧିଥିବା ଜଣେ ଯୁବକ ପୁଲିସ ସମ୍ମୁଖରେ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିଲେ। ଏପରି କି ପୁଲିସ ତାଙ୍କୁ ସୁରକ୍ଷା ଦେଇ ସେଠାରୁ ନେଇଯାଉଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ଉତ୍ତେଜନା ବଢ଼ିବାରୁ ପୁଲଇସ ପକ୍ଷରୁ ଲାଠି ଏବଂ ଲୁହବୁହା ଗ୍ୟାସ୍ ମାଡ଼ କରାଯାଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ସହରରେ କର୍ଫ୍ୟୁ ଲାଗୁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories