www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମପୁରରେ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ

ବ୍ରହ୍ମପୁର : ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରସ୍ଥିତ ଗେଟ୍ ବଜାର ନିକଟରେ ଏକ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ ହୋଇଛି । ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ୪୦ ଟଙ୍କା ଦେବାକୁ ପଡ଼ିବ । ଏଥିରେ ୧୦ରୁ ୪୦ ଟଙ୍କା ମଧ୍ୟରେ ଗ୍ରାହକ ଦୁଗ୍ଧ କିଣି ପାରିବେ । ସେହିପରି ୧୦ ଟଙ୍କିଆ କଏନ୍ କିମ୍ବା ୧୦ ଓ ୨୦ ଟଙ୍କିଆ ନୋଟ୍ ବ୍ୟବହାର କରି ଦୁଗ୍ଧ କିଣି ପାରିବେ । ଦିନକୁ ଜଣେ ବ୍ୟକ୍ତି ୫ ଲିଟର ପର୍ଯ୍ୟନ୍ତ ଦୁଗ୍ଧ କିଣି ପାରିବ । ଏହାକୁ ନେବା ପାଇଁ ଗ୍ରାହକମାନେ ସାଙ୍ଗରେ ପାତ୍ର ଧରି ଆସିବାକୁ ହେବ । ପ୍ରଥମ ପର୍ୟ୍ୟାୟରେ ପରୀକ୍ଷାମୂଳକ ଭାବେ ଏହି କାଉଣ୍ଟର ଖୋଲାଯାଇଥିବା ବେଳେ ଆଗାମୀ ଦିନରେ ସହରରେ ୧୦ଟି କାଉଣ୍ଟର ଖୋଲା ଯିବାର ଯୋଜନା ରହିଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories