www.samajalive.in
Sunday, December 7, 2025
23.1 C
Bhubaneswar

ଅହମ୍ମଦାବାଦରେ ରଥଯାତ୍ରା ; ମଙ୍ଗଳ ଆଳତୀରେ ଯୋଗ ଦେଲେ ଶାହା

ଅହମ୍ମଦାବାଦ : ଗୁଜୁରାଟର ଅହମ୍ମଦାବାଦ ନଗରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୧୪୨ତମ ବାର୍ଷିକ ରଥଯାତ୍ରା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ପାରମ୍ପରିକ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ପରେ ବଡ଼ଭାଇ ବଳଦେବ ଏବଂ ଭଉଣୀ ସୁଭଦ୍ରାଙ୍କ ରଥ ଟଣା ଯାଉଛି।
୪୦୦ବର୍ଷର ପୁରୁଣା ଜାମଲ୍‍ପୁର ଜଗନ୍ନାଥ ମନ୍ଦିରରୁ ଏହି ଐତିହାସିକ ରଥଯାତ୍ରା ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଓ ତାଙ୍କ ପତ୍ନୀ ସୋନାଲ ସାହାଗୁରୁବାର ସକାଳେ ମଙ୍ଗଳ ଆଳତୀରେ ଯୋଗ ଦେଇଥିଲେ। ପହଣ୍ଡି ବିଜେ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ସୁନା ପହଁରାରେ ଛେରା ପହଁରା କରିଥିଲେ।

୧୮ କିଲୋମିଟର ଦୀର୍ଘ ଏହି ରଥଯାତ୍ରା ପାଇଁ ଅନେକ ଦିନ ଧରି ପ୍ରସ୍ତୁତି ଚାଲିଥିଲା। ଇସ୍ରାଏଲ ଡ୍ରୋନ, ସିସିଟିଭି, ଡ଼ଗ ସ୍କ୍ବାର୍ଡ, ଏନଏସଜି କମାଣ୍ଡୋ, ଏସଆରପି, ଚେତକ କମାଣ୍ଡୋ ସମେତ ଗୁଜରାଟ ପୁଲିସର ୨୫,୦୦୦ ଯବାନ ଏବଂ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି । ଅହମ୍ମଦାବାଦ ବ୍ୟତୀତ ସୁରଟ, ରାଜକୋଟ, ବରୋଦା, ଜାମନଗର, ଭାବନଗର ସମେତ ୧୨୫ରୁ ଅଧିକ ସହରରେ ରଥଯାତ୍ରା ଅନୁଷ୍ଠିତ ହେଉଛି।

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories