www.samajalive.in
Monday, December 8, 2025
16.1 C
Bhubaneswar

ଜଗା ପାଇଁ ବଞ୍ଚିଛି ଗୋବର କଣ୍ଢେଇ ପସରା

ସମାଜ ପୋର୍ଟାଲ ଡେସ୍କ (ସତ୍ୟବ୍ରତ ବେହୁରା): ଅନେକ ରଙ୍ଗ, ରୂପ, ଶବ୍ଦ ଓ ଚିତ୍ରରେ ପ୍ରଭୁ ଜଗନ୍ନାଥ। ପୁରୀ ଧାମରେ ରଥ ଯାତ୍ରା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ରଥ ଯାତ୍ରା ପାଳିତ ହେଉଛି କିନ୍ତୁ ସବୁ ସ୍ଥାନର ବିଧି ବ୍ୟବସ୍ଥା ପାରମ୍ପରିକ ରୀତି ନୀତି ଦୃଷ୍ଟିରୁ କିଛି ମାତ୍ରାରେ ଅଲଗା। ନବରଙ୍ଗପୁର ରଥଯାତ୍ରା ସେହି ଦୃଷ୍ଟିରୁ ଭିନ୍ନ।

ରଥଯାତ୍ରା ସମୟରେ ନବରଙ୍ଗପୁରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ମାଟି କି କାଠରୁ ନୁହେଁ ବରଂ ଗୋବରରେ ତିଆରି କରାଯାଏ। କାହିଁ କେଉଁ କାଳରୁ ରାଜା ରାଜୁଡାଙ୍କ ଅମଳରୁ ଚିତ୍ରକାର ପରିବାର ଗୋବର କଣ୍ଢେଇ ତିଆରି କରି ଗୁଜୁରାଣ ମେଣ୍ଟାଇବା ସହ ରଥଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଗୋବରରେ ତିଆରି କରୁଥିଲେ। ସେ ସମୟରେ କାଠ କିଣି ମୂର୍ତ୍ତି ତିଆରି କରିବା ସେହି ଚିତ୍ରକାର ପରିବାର ପାଇଁ ସମ୍ଭବ ନ ଥିଲା ଓ ବିଶେଷ କରି ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ବନମାଟି ପାଇଁ ବହୁତ ଦୂର ଯିବା ମଧ୍ୟ ସମ୍ଭବ ନ ଥିଲା ତେଣୁ ସେମାନେ ଗୋବର ତିଆରି କଣ୍ଢେଇ ତିଆରି କରୁଥିଲେ।

- Advertisement -

ଆମ ସଂସ୍କୃତିରେ ଗୋବରକୁ ପବିତ୍ର ବୋଲି ଗ୍ରହଣ କରାଯାଇଛି ଓ ଅନେକ ପୂଜା ପର୍ବରେ ଗୋବର ମଧ୍ୟ ବ୍ୟବହାର କରାଯାଏ। ସେହି ଦୃଷ୍ଟିରୁ ଅବିଭକ୍ତ କରାପୁଟ ଜିଲାର ଚିତ୍ରକାର ବଂଶଧର ଏବେ ବି ରଥଯାତ୍ରା ଆସିଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଗୋବର ତିଆରି ମୂର୍ତ୍ତି ତିଆରି କରି ପସରା ମେଲି ଦିଅନ୍ତି। ଯଦିଓ କାଠ ଓ ପଥର ତିଆରି ମୂର୍ତ୍ତି ତୁଳନାରେ ଗୋବର ତିଆରି ମୂର୍ତ୍ତିର ଚାହିଦା ଦିନକୁ ଦିନ କମିବାରେ ଲାଗିଛି, କିନ୍ତୁ ଆଧୁନିକ ଯୁଗରେ ପରମ୍ପରା ଓ ସଂସ୍କୃତିର ଗୌରବ ବହନ କରୁଥିବା ଗୋବର କଣ୍ଢେଇ ସେହି ଚିତ୍ରକାର ବଂଶଧରଙ୍କୁ ଏବେ ବି ବଞ୍ଚିବାର ଖୋରାକ ଯୋଗାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories