ମୁମ୍ବଇ : ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ତିୱାରି ଡ୍ୟାମ ଭାଙ୍ଗି ଯିବାରୁ ପାଣିରେ ଭାସିଯାଇ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାରେ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅପରାହ୍ନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୧୫ ରୁ ୨୦ ଜଣ ନିଖୋଜ ଥିବା ଅନୁମାନ କରାଯାଉଛି। ଏନଡିଆରଏଫକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ଛୋଟ ଡ୍ୟାମ ମଙ୍ଗଳବାର ରାତିରେ ଭାଙ୍ଗି ଯିବାରୁ ସ୍ଥାନୀୟ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଡ୍ୟାମ ଭାଙ୍ଗିବା ପରେ ଜଳସ୍ରୋତ ୧୩ଟି ଘରକୁ ଭସାଇ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।
ମହାରାଷ୍ଟ୍ର : ଭାଙ୍ଗିଲା ତିୱାରି ଡ୍ୟାମ, ପାଣିରେ ଭାସିଯାଇ ୬ ମୃତ,୧୫ ନିଖୋଜ
Popular Categories



