www.samajalive.in
Sunday, December 7, 2025
13.1 C
Bhubaneswar

ଜରୁରୀ ମେଡିକାଲ ଗୃହକୁ ମୋବାଇଲ ମନା

ଭୁବନେଶ୍ୱର/ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଜଣ ନର୍ସଙ୍କ ଟିକ୍‌ଟକ୍‌ ଭିଜୁଆଲ୍ ଭାଇରାଲ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଢ଼ ପଦକ୍ଷେପ ନେଇଛନ୍ତି। ଜରୁରୀ ମେଡିକାଲ ଗୃହ ଭିତରକୁ ନର୍ସମାନେ ମୋବାଇଲ ନେବେ ନାହିଁ। ସେମାନେ ଅପରେସନ ଗୃହ, ଆଇସିୟୁ, ଶିଶୁ ଯତ୍ନ ଗୃହ, ସ୍ୱତନ୍ତ୍ର ଶିଶୁ ଚିକିତ୍ସା ଗୃହ ଏବଂ ଜରୁରୀକାଳୀନ ସେବା ଗୃହ ମଧ୍ୟକୁ ମୋବାଇଲ ନ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ସେବାରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସେମାନେ ୱାର୍ଡ କିମ୍ବା ମେଡିକାଲ ଗୃହ ମଧ୍ୟକୁ ଯିବା ପୂର୍ବରୁ ମୋବାଇଲ ସ୍ଵିଚ ଅଫ କରି ଜମା କରିବେ।

ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୪ ଜଣ ନର୍ସଙ୍କ ଏକ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ସେମାନେ ବେଡ଼ରୁ ଛୋଟ ପିଲାଙ୍କୁ ଟେକି ନେଇ ଚଳଚ୍ଚିତ୍ର ସଂଳାପରେ ନାଚୁଥିବା ଦେଖାଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସେହି ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ କହିଥିଲେ। ଚିକିତ୍ସାଧିନ ପିଲାଙ୍କୁ ମଧ୍ୟ ସେମାନେ ବେଡ଼ରୁ ଟେକି ନେଇ ଭିଡ଼ିଓ ସୁଟିଂ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories