www.samajalive.in
Sunday, December 7, 2025
18.1 C
Bhubaneswar

ଦାରିଦ୍ର୍ୟ ସାଙ୍ଗକୁ ରୋଗର ପ୍ରଭାବ ; କର୍କଟ ଚିକିତ୍ସା ପାଇଁ ଜଟାଳିଙ୍କ ପାଖରେ ନାହିଁ ଅର୍ଥ

ଆରଡି :  ଗରିବ ଓ ଅସହାୟ ଲୋକମାନଙ୍କ ପାଇଁ ସରକାର ନାନାବିଧ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ତାହା ଆଜି ପ୍ରର୍ଯ୍ୟନ୍ତ ଠିକ ଭାବେ ପହଁଚି ପାରିନାହିଁ ସେହି ଅସହାୟ ଲୋକମାନଙ୍କ ନିକଟରେ। କିଏ ଦାରିଦ୍ର୍ୟ ସୀମାରେଖା ତଳେ ବର୍ଷବର୍ଷ ଧରି ପଡି ରହିଛି ତ, ଆଉକିଏ ପରଘରେ ପାଇଟି କରି ନିଜର ପରିବାର ପୋଷଣ କରୁଛି । ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମୁଆଁ ଗାଁର ଜଟାଳି ଦାସଙ୍କ ନିକଟରେ । ଜଟାଳି ଦୀର୍ଘବର୍ଷ ହେବ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରିବା ସହ ପରଘରେ ମୂଲ ଲାଗି ନିଜର ପରିବାର ପୋଷଣ କରନ୍ତି। ହେଲେ ଏବେ ଜଟାଳିଙ୍କ ସମସ୍ୟ ବଢିଯାଇଛି, ଦୀର୍ଘ କିଛିମାସ ହେବ ଜଟାଳି କର୍କଟ ରୋଗରେ ପୀଡିତ ଥିବାରୁ ଆଉ ନିଜ ପରିବାର ଚଳାଇବା ତ ଦୂରର କଥା ନିଜେ ଠିକ ଭାବେ ଉଠି ବସି ପାରୁନାହାନ୍ତି । ରୋଗ ଭଲ କରିବା ପାଇଁ ନିଜ ପାଖରେ ଯାହାକିଛି ଅର୍ଥ ଥିଲା ସେତକ ପରିକ୍ଷା ନୀରିକ୍ଷାରେ ସରିଯାଇଥିବା ତାଙ୍କ ପଡୋଶୀ ରତ୍ନାକର ଦାସ ପ୍ରକାଶ କରିଛନ୍ତି । ଅନ୍ୟପଟେ ଜଟାଳିଙ୍କୁ ବିଭିନ୍ନ ଯୋଜାନରେ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମିଳିଥିଲେ ମଧ୍ୟ ତାହା କାମ କରୁନଥିବା ଜଣାପଡିଛି।  ଜଟାଳିର କର୍କଟ ଚିକିତ୍ସା ପାଇଁ ପରିବାର ଲୋକ ଗାଁ ଗାଁ ବୁଲି କିଛି ଅର୍ଥ ଚାନ୍ଦା କରି କଟକ ନେଇ ଯାଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ରୋଗ ଭଲ କରିବା ପାଇଁ ୪୦/୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବାକୁ ପାଇବା ପରେ ନିଜ ପାଖରେ ଆବଶ୍ୟ  ଅର୍ଥ ନଥିବାରୁ ପ୍ରାଥମିକ ଚିକିତ୍ସା କରି ଗାଁ ଫେରିଆସିଥିଲେ। ଏବେ ଅସହାୟ ଜଟାଳି ଘରେ ପଡି ରହିଥିବା ବେଳେ ରୋଗ କିପରି ଭଲ ହେବ ପରିବାର ଲୋକ ପ୍ରଶାସନର ସହାୟତାକୁ ଚାହିଁ ବସିଛନ୍ତି । ତାଙ୍କ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଅଧିକାରିଙ୍କୁ ଭେଟିବା ସହ ଚାନ୍ଦବାଲି ତହସିଲିଦାରଙ୍କୁ ମଧ୍ୟ ଭେଟିଥିଲେ ତେବେ କୈାଣସି ସହାୟତା ମିଳିପାରିନଥିବା ପରିବାର ଲୋକ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories