www.samajalive.in
Sunday, December 7, 2025
23.1 C
Bhubaneswar

ଲଗାଣ ବର୍ଷାରେ ମୁମ୍ବଇ ଜଳାର୍ଣ୍ଣବ, ଆହୁରି ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା

ମୁମ୍ବଇ: ମୁମ୍ବଇରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରାୟ ସପ୍ତାହେ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାବେଳେ ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛି। ସିଅନ, ଦାଦରର ହିନ୍ଦମାତା ଏବଂ ଗାନ୍ଧୀନଗର ଓ ସଣ୍ଟାକ୍ରୁଜ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ତେବେ ସହରରେ ଆହୁରି ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ମୁମ୍ବଇବାସୀ ଚିନ୍ତାରେ ପଡ଼ିଯାଇଛନ୍ତି।

ବର୍ଷା ସତ୍ବେ ସହରରେ ଲୋକାଲ ଟ୍ରେନ ଚଳାଚଳ ଜାରି ରହିଛି। ପାଲଘର ଅଞ୍ଚଳରେ ରେଲୱେ ଟ୍ରାକ ଉପରେ ୨/୩ ଫୁଟ ଉଚ୍ଚର ବର୍ଷାଜଳ ଜମି ରହିଥିବାରୁ ସୋମବାର ସକାଳେ ୧୦ଟି ଦୂରଗାମୀ ଟ୍ରେନକୁ ବାତିଲ କରାଯାଇଥିଲା। ଜାମବ୍ରଙ୍ଗ ଏବଂ ଠାକୁରୱାରି ମଧ୍ୟରେ ଏକ ମାଲବାସୀ ଟ୍ରେନ ଲାଇନଚ୍ୟୁତ ହେବାରୁ ଏପରି ନିଷ୍ପତ୍ତି ହୋଇଥିଲା। ତେବେ ପାଣି ଛାଡ଼ିବା ପରେ ଦୂରଗାମୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ସୂଚନା ମିଳିଛି। କିନ୍ତୁ ମାଲଗାଡ଼ି ଲାଇନଚ୍ୟୁତ ହେବା ଯୋଗୁ ପୁଣେ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି।

- Advertisement -
Image courtesy: Aajtak

ସେହିପରି ବର୍ଷା ଯୋଗୁ ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଗାନ୍ଧୀ ମାର୍କେଟ ଅଞ୍ଚଳ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡ଼ିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିପରି ପଶ୍ଚିମ ବାନ୍ଦ୍ରାରେ ଏସ.ଭି ରୋଡ୍‌ର ନ୍ୟାଶନାଲ କଲେଜ ନିକଟରେ ଅନୁରୂପ ସମସ୍ୟା ଯୋଗୁ ଯାତାୟାତ ବନ୍ଦ ରହିଛି। ହିନ୍ଦମାତା ଅଞ୍ଚଳରେ ୪/୫ ଫୁଟ ଉଚ୍ଚରେ ପାଣି ଜମିଥିବାରୁ ଲୋକଙ୍କୁ ପାଦରେ ଚାଲି ଚାଲି ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଥିବାବେଳେ ଅନେକ ସ୍ଥାନରେ ରାସ୍ତାଜାମ ରହୁଛି। ବର୍ଷାଜଳରେ ଅନେକ ଦୁଇଚକିଆ ଯାନ ବୁଡ଼ିରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories