www.samajalive.in
Sunday, December 7, 2025
26.1 C
Bhubaneswar

ଟ୍ବିଟରରେ ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ପ୍ରଥମ ଥର ଲାଗି ନିଜର ଆକାଉଣ୍ଟ ଖୋଲିଛନ୍ତି। ତାଙ୍କ ସହିତ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଟ୍ବିଟରରେ ଯୋଗଦେଇଛନ୍ତି। ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସୂଚନା ଅନୁସାରେ, ସଂଘର ମୁଖ୍ୟ ମୋହନ ଭାଗବତ, ସାଧାରଣ ସମ୍ପାଦକ ସୁରେଶ ଯୋଶୀ ଏବଂ ଯୁଗ୍ମ ସାଧାରଣ ସମ୍ପାଦକମାନଙ୍କ ନାମରେ ଅନେକ ଜାଲ୍‌ ଟ୍ବିଟର ଆକାଉଣ୍ଟ ଖୋଲଯାଉଥିବା ଆମ ନଜରକୁ ଆସିଥିଲା। ସଂଘ ନାମରେ ମିଥ୍ୟା ଆକାଉଣ୍ଟ ଖୋଲି ସୋସିଆଲ ମିଡିଆରେ ଅନେକ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ସଂଘ ଚାଳକ ମୋହନ ଭାଗବତଙ୍କ ନାମରେ ପ୍ରଥମ ଥର ଲାଗି ଆକାଉଣ୍ଟ ଖୋଲଯାଇଛି।

ଏଣିକି ସଂଘର ବିଭିନ୍ନ ପ୍ରତିକ୍ରିୟା ଏବଂ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏହି ପ୍ଲାଟଫର୍ମ ଜରିଆରେ ସୋସିଆଲ ମିଡିଆରେ ଶେୟାର କରାଯାଇ ପାରିବ। ପୂର୍ବରୁ କେବଳ ଯୁଗ୍ମ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋଜେବୁଲଙ୍କର ଟ୍ବିଟର ଆକାଉଣ୍ଟ ରହିଥିଲା। ବର୍ତ୍ତମାନ ସଂଘ ଚାଳକଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଆକାଉଣ୍ଟ ଖୋଲାଯିବା ପରେ ସେମାନେ ନିୟମିତ ଏହି ପ୍ଲାଟଫର୍ମରେ ସକ୍ରିୟ ରହି ନ ପାରନ୍ତି, କିନ୍ତୁ ଯେଉଁମାନେ ମିଥ୍ୟା ଆକାଉଣ୍ଟ ଖୋଲି ଭୁଲ ମନ୍ତବ୍ୟ ଦେଉଥିବା ବ୍ୟକ୍ତିମାନେ ଆଉ ସେମାନଙ୍କ ନାମକୁ ଅପବ୍ୟବହାର କରିପାରିବେ ନାହିଁ ବୋଲି ସମ୍ପୃକ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଜଣକ କହିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories