www.samajalive.in
Sunday, December 7, 2025
26.1 C
Bhubaneswar

କିମ୍‌ ଜୋଙ୍ଗଙ୍କୁ ଭେଟିବା ଲାଗି ଉତ୍ତର କୋରିଆରେ ପହଞ୍ଚିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ପଦକ୍ଷେପ ନେଇ ରବିବାର ଉତ୍ତର କୋରିଆ ଗସ୍ତ କରି ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନଙ୍କୁ ଭେଟିଛନ୍ତି। ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ରଖିଛନ୍ତି। କେବଳ ଏତିକି ନୁହେଁ, କିମ୍‌ ଜୋଙ୍ଗ ଉନଙ୍କୁ ଟ୍ରମ୍ପ ହ୍ବାଇଟ୍‌ ହାଉସକୁ ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ଟ୍ରମ୍ପ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଏବଂ କିମ୍‌ ଜୋଙ୍ଗ ଉନ ଏହି ସାକ୍ଷାତକୁ ଐତିହାସିକ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି, ଉତ୍ତର କୋରିଆର ମାଟି ଉପରେ ପାଦ ରଖିବା ତାଙ୍କ ପାଇଁ ଗର୍ବର ବିଷୟ। ସେହିପରି ଏହି ସାକ୍ଷାତ ଟ୍ରମ୍ପଙ୍କ ସହିତ ତାଙ୍କର ଭଲ ସମ୍ପର୍କକୁ ଦର୍ଶାଉଛି ବୋଲି କିମ୍‌ ଜୋଙ୍ଗ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଉତ୍ତର କୋରିଆର ଏକ ମାଲବାହୀ ଜାହାଜ ବେଆଇନ ଭାବେ କୋଇଲା ନେଇଯାଉଥିବାବେଳେ ଆମେରିକା ତାହାକୁ ଜବତ କରିଥିଲା। ଏହାକୁ ନେଇ କିମ୍‌ ଜୋଙ୍ଗ ଆମେରିକା ଉପରେ ଖପ୍ପା ହୋଇଯାଇଥିଲେ। ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ଏବଂ କିମ୍‌ ଜୋଙ୍ଗ ନିଜର ସେନାକୁ ଆକ୍ରମଣ କ୍ଷମତା ବଢ଼ାଇବାକୁ ନିର୍ଦେଶ ଦେଇଥିଲେ।

- Advertisement -

ତେବେ ରବିବାର କିମ୍‌ ଜୋଙ୍ଗ ଉନଙ୍କୁ ଭେଟିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆକୁ ପରମାଣୁ ବୋମା ପକାଇ ଉଡ଼ାଇଦେବା ଲାଗି ଧମକ ଦେଇଥିଲେ। ଏହାର ଜବାବରେ ଉତ୍ତର କୋରିଆ ବି ଆମେରିକାକୁ ନାଲିଆଖି ଦେଖାଇଥିଲା।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories