www.samajalive.in
Sunday, December 7, 2025
26.1 C
Bhubaneswar

୨୦ହଜାର ୭୧୪କୋଟି ଟଙ୍କାର କୃଷି ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର: ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ ଉପସ୍ଥାପନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷି ବଜେଟରେ ୨୦ହଜାର ୭୧୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣ ଆରମ୍ଭ କରି ରାଜ୍ୟ ସରକାର କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି। କାଳିଆ ଯୋଜନାରେ ୭୫ ଲକ୍ଷ କୃଷକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବଜେଟରେ ୫ ହଜାର ୬ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯିବା ସହ ସେଥିରେ ଭାଗ ଚାଷୀ, କୃଷି ଶ୍ରମିକ ଓ ନାମମାତ୍ର ଚାଷୀଙ୍କୁ ସାମିଲ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

କୃଷି ବଜେଟ ୨୦୧୯-୧୦ର ମୁଖ୍ୟ ପ୍ରସଙ୍ଗ –
୧. ୨୦୧୯-୨୦ରେ କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି
୨. ୭ ବର୍ଷରେ ଓଡିଶାକୁ ୫ ଥର କୃଷି କର୍ମଣ ପୁରସ୍କାର
୩. ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ
୪. କାଳିଆ ହିତାଧିକାରୀଙ୍କ ମଧ୍ୟରେ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଓ ନାମମାତ୍ର ଚାଷୀ ସାମିଲ
୫ . କାଳିଆ ଯୋଜନା ପାଇଁ ୫୬୦୦ କୋଟି ଟଙ୍କାର ବ୍ୟୟବରାଦ
୬. ୧ଲକ୍ଷ ୧୨ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଜନା
୭. ଜଳସେଚନ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୧୮ କୋଟି ଟଙ୍କା
୮. ସାର ଯୋଗାଣ ପାଇଁ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି
୯. ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ଟଙ୍କା
୧୦. ନବକୃଷ୍ଣ ସେଚ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟି
୧୧. ବିନା ସୁଧରେ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
୧୨. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି
୧୩. ଚଳିତ ବର୍ଷ ପେକ୍ସ ଜରିଆରେ ଚାଷୀଙ୍କ ଠାରୁ ୪୯ଲକ୍ଷ ୯ହଜାର ମେଟ୍ରିକ ଟନ୍ ଧାନ ସଂଗୃହିତ
୧୪. ପୋଖରୀ ଖୋଳା ପାଇଁ ମତ୍ସ୍ୟ ଚାଷୀଙ୍କୁ ୫୦% ସବସିଡି

- Advertisement -

ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ ଚଳିତ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ୪ ହଜାରଟି ମତାମତ ପାଇଛନ୍ତି ଓ ବଜେଟ ପ୍ରସ୍ତୁତି ସମୟରେ ସେଗୁଡିକୁ ବିଚାରକୁ ନେଇଛନ୍ତି। ବଜେଟ ପୁସ୍ତିକା ପ୍ରକାଶନ ସଂଖ୍ୟା ଚଳିତ ବର୍ଷ ୫ଶହରୁ ୨ଶହକୁ ହ୍ରାସ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଏହା ଦ୍ୱାରା ପ୍ରାୟ ୫୭ ଲକ୍ଷ ପୃଷ୍ଠା କମ କରାଯାଇ ପାରିଛି ଯାହା ଫଳରେ ୭ଶହ ବୃକ୍ଷ ବଂଚାଯାଇ ପାରିଛି। ଆଗାମୀ ବର୍ଷଠାରୁ କେବଳ ଇଲେକ୍ଟ୍ରୋନିକ ବଜେଟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories