www.samajalive.in
Tuesday, December 9, 2025
17.1 C
Bhubaneswar

ବନ୍ଧୁପତ୍ନୀଙ୍କୁ ବିବାହ ପାଇଁ ବନ୍ଧୁଙ୍କୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ବନ୍ଧୁର ପତ୍ନୀଙ୍କୁ ବିବାହ କରିବା ଲାଗି ଜଣେ ଯୁବକ ନିଜ ବନ୍ଧୁଙ୍କୁ ହତ୍ୟା କରିଛି। ପଶ୍ଚିମ ଦିଲ୍ଲୀର ଜାଖିରା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଗଲକେଶଙ୍କୁ ପୁଲିସ ଗିରଫ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି।

ପଶ୍ଚିମ ଦିଲ୍ଲୀ ଡିସିପି ମୋନିକା ଭରଦ୍ବାଜଙ୍କ ସୂଚନା ମୁତାବକ, ଗଲକେଶଙ୍କ ବନ୍ଧୁ ଏବଂ ତାଙ୍କ ପତ୍ନୀ ପ୍ରେମନଗର ଅଞ୍ଚଳରେ ରୁହନ୍ତି। ଗଲକେଶ ତାଙ୍କ ବନ୍ଧୁଙ୍କ ପତ୍ନୀଙ୍କୁ ବିବାହ କରିବା ଲାଗି ପ୍ରସ୍ତାବ ଦେଇଥିଲା। କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗଲକେଶ ତାଙ୍କ ବନ୍ଧୁଙ୍କୁ ବୁଲିବାକୁ ଯିବା ଲାଗି ଡକାଇଥିଲା। ତାଙ୍କ ବନ୍ଧୁ ପହଞ୍ଚିବା ପରେ ଉଭୟେ ଜାଖିରା ଷ୍ଟେଶନ ଆଡକୁ ଯାଇଥିଲେ। ରେଳ ଟ୍ରାକ ନିକଟରେ ଉଭୟେ ଚାଲି ଚାଲି ଯାଉଥିବାବେଳେ ଗଲକେଶ ଏକ ପଥରରେ ତାଙ୍କୁ ବନ୍ଧୁଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ପରେ ମୃତଦେହକୁ ରେଲୱେ ଟ୍ରାକ ଉପରେ ଫିଙ୍ଗି ଦେଇଥିଲେ। ସେପେଟ ପୁଲିସକୁ ଫୋନ କରି କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ହତ୍ୟା କରିଥିବା ସୂଚନା ଦେଇଥିଲା। ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତଦେହ ଉପରେ ଟ୍ରେନ ଚଢ଼ି ଯାଇଥିବାରୁ ପୁଲିସ ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଭାବିଥିଲା। କିନ୍ତୁ ଗଲକେଶଙ୍କ ପୋଷାକରେ ରକ୍ତଛିଟା ଲାଗିଥିବାରୁ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ଗଲକେଶଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ସେ ସବୁ ସତକଥା ମାନି ଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories