ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଚାଲାଣଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଟିଟିବିରି ଛକ ନିକଟରୁ ଚୋରାଚାଲାଣ ହେଉଥିବା ଦୁଇଟି ଗାଡିରୁ ୧୦ କ୍ୱିଣ୍ଟାଲ ୬୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ମାଲକାନଗିରି ଜିଲ୍ଲାର ଚାଲାଣଗୁଡ଼ା ରାସ୍ତା ଦେଇ ଗଞ୍ଜେଇ ମାଫିଆମାନେ ପ୍ରତିଦିନ ଛତିଶଗଡ଼ ରାଜ୍ୟ ସହ ଅନ୍ୟ ପଡ଼ୋଶୀ ରାଜ୍ୟକୁ ବିଭିନ୍ନ ଛୋଟ ବଡ଼ ଗାଡିରେ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ଅବକାରୀ କର୍ମଚାରୀମାନେ ଟିଟିବିରି ଛକରେ ଜଗି ରହିଥିଲେ। ଏହି ସମୟରେ ପଦ୍ମଗିରି ଆଡୁ ଆସୁଥିବା ଏକ ଟ୍ରକ୍କୁ ଯାଞ୍ଚ ବେଳେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା।
ସେହିପରି ଅନ୍ୟ ଏକ ଘଟଣା କ୍ରମେ କାଲିମେଳାରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍କୁ ମଧ୍ୟ ଜିଲ୍ଲା ଅବକାରୀ ବିଭାଗ ଜବତ କରିଛି । ଦୁଇଟି ଗାଡିରୁ ୧୦ କ୍ୱିଣ୍ଟାଲ ୬୧ କିଲୋଗ୍ରାମ ଗଞ୍ଜେଇ ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୁଲିସ ଗିରଫ କରିଛି।



