www.samajalive.in
Sunday, December 7, 2025
23.1 C
Bhubaneswar

ପିପିଲିରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପିପିଲି: ଯୋଗ ମହୋତ୍ସବ ସମିତି ପିପିଲି ଶାଖା ପକ୍ଷରୁ ଶୁକ୍ରବାର ସକାଳେ ପିପିଲି ମିଶନ ପଡିଆ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ନୂଆଶାସନ, ସଁପୁର, କଣ୍ଟି, ବଡସରଘାଇଲ, ବାରିମୂଳ, ଭାରତୀପୁର, ହସନପୁର, ଦରଡା, ଆରୁହା, ଭୋଇଗୁଣ, ସଙ୍ଗୁଳାଇ, କମଳାସାଗରପାଟଣା, ଚନ୍ଦ୍ରାଦେଇପୁର, ଜନାର୍ଦ୍ଦନପୁର ଆଦି ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି ।

ଯୋଗ ସଂଯୋଜକ ପ୍ରଭାତ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯୋଗ ଶିବିର ମାନଙ୍କରେ ଯୋଗଗୁରୁ ବଂଶୀଧର ସାହୁ, ସଞ୍ଜୟ କୁମାର ନନ୍ଦୀ, ସଂଜୀବ ସେଠୀ, ଲକ୍ଷ୍ମୀଧର ସାହୁ, ଅଭିଷେକ ଲେଙ୍କା, ରଣଜିତ ପଣ୍ଡା, ରଜନୀକାନ୍ତ ପଣ୍ଡା, ଶିଶିର ମହାନ୍ତି, ପ୍ରଭାକର ସେଠୀ, ପ୍ରଦୀପ୍ତ କୁମାର ଘଡେଇ, ପିପିଲି କଲେଜ ଏନ୍‍ସିସି ବିଭାଗ ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ, ପିପିଲି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି, ବରିଷ୍ଠ ନାଗରିକ ଇଂ ରମେଶ ଚନ୍ଦ୍ର ଶତପଥୀ, ଭଗବାନ ସେଠୀ, ସୁରେଶ କୁମାର ରଥ ପ୍ରମୁଖ ଯୋଗଦେଇ ଯୋଗର ଉପକାରିତା ସଂପର୍କରେ ପ୍ରକାଶ କରିବା ସହ ବିଭିନ୍ନ ରୋଗର ନିରାକରଣ ନିମନ୍ତେ ବିଭିନ୍ନ ପ୍ରକାର ଯୋଗର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ଅଞ୍ଚଳର ଶତାଧିକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ବୁଦ୍ଧିଜିବୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories